ବାରିପଦା; ଓଡ଼ିଶା ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା ୨୦୨୬ରେ ଶୁଳିଆପଦା ବ୍ଲକ ଅନ୍ତର୍ଗତ ଗୌର ମୋହନ ସତୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା, କଣ୍ଟିସାହି ପଞ୍ଚାୟତ, ଶୁଳିଆପଦା ଗ୍ରାମର ସୁଶ୍ରୀ ଗାୟତ୍ରୀ ପଣ୍ଡା ସମଗ୍ର ଶୁଳିଆପଦା ବ୍ଲକରେ +୨ ବିଜ୍ଞାନରେ ସର୍ବାଧିକ ନମ୍ବର ହାସଲ କରିଥିବା ମେଧାବୀ ଛାତ୍ରୀ ରୂପେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଛନ୍ତି । ସେ ନିଜର ଉକ୍ତ ସଫଳତା ପାଇଁ ନିଜ ପିତା ମାତା ଏବଂ କୋଷ୍ଠା ସ୍ଥିତ ଜେନିଥ କ୍ୟାରିଅର କୋଚିଂ ସେଣ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଅର୍ପଣ କରିଛନ୍ତି।
