ଭୁବନେଶ୍ୱର: ଓଡ଼ିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳି ତନଭି ପତ୍ରୀ ଡାକାରରେ ଅନୁଷ୍ଠିତ ୟୁଥ୍ ଅଲିମ୍ପିକ୍ ଗେମ୍ସରେ ମହିଳା ବ୍ୟାଡମିଣ୍ଟନ ଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟି କରିଛନ୍ତି। ସେ ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ଅଟନ୍ତି। ୫୪ ମିନିଟ୍ ଧରି ଚାଲିଥିବା ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମ୍ୟାଚରେ ତନଭି ଜାପାନର ୟୁଜୁନୋ ୱାଟାନାବେଙ୍କୁ ୨୧-୧୪, ୧୧-୨୧, ୨୧-୧୯ ସେଟ୍ରେ ପରାସ୍ତ କରି ରୌପ୍ୟ ପଦକ ଜିତିବା ସହ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏହା ପୂର୍ବରୁ, ଥାଇଲ୍ୟାଣ୍ଡର କୁଙ୍ଗକାଏଭ୍ କାକାନିକଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ମହିଳା ହୋଇ ସେ ଇତିହାସ ରଚିଥିଲେ। ୟୁଥ୍ ଅଲିମ୍ପିକ୍ ଗେମ୍ସରେ ବ୍ୟାଡମିଣ୍ଟନ ସେମିଫାଇନାଲରେ ପହଞ୍ଚିବାରେ ତନଭି ହେଉଛନ୍ତି ଚତୁର୍ଥ ଭାରତୀୟ ଖେଳାଳି। ଏହି ତାଲିକାରେ ପୂର୍ବରୁ ଏଚ୍. ଏସ୍. ପ୍ରଣୟ, ଲକ୍ଷ୍ୟ ସେନ୍ ଏବଂ ଆଦିତ୍ୟ ଯୋଶୀଙ୍କ ଭଳି ଖେଳାଳିମାନେ ସାମିଲ ଅଛନ୍ତି। ଆଜି ଫାଇନାଲ ମ୍ୟାଚରେ ତନ୍ଭି ଚୀନ୍ର ୟି ସିନ୍ ଝାଙ୍ଗଙ୍କ ସହ ମୁକାବିଲା କରିବେ।
