ବାରିପଦା; ବାରିପଦାସ୍ଥିତ ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ପ୍ରାୟ ୧୦୦ ଜଣ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କୁ ନେଇ ଏକ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରଥିନ୍ଦ୍ର ନାଥ ଘୋଷଙ୍କ ସହ ଲାଇବ୍ରେରିଆନ ଅମିତ କୁମାର ଦଳେଇ ଓ କମ୍ପ୍ୟୁଟର ଅପରେଟର ଲକ୍ଷ୍ମୀପ୍ରିୟା ଦେ ଉପସ୍ଥିତ ଥିଲେ। ଶ୍ରଦ୍ଧା ଫାଉଣ୍ଡେସନର କାର୍ଯ୍ୟକ୍ରମ ସଂଯୋଜିକା ତଥା କର୍କଟ ବିଜୟିନୀ ଅନିତା ବେହେରା ଯୋଗଦେଇ କର୍କଟ ରୋଗର ପ୍ରତିରୋଧ, ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ, ବାୟୋପ୍ସି ପରୀକ୍ଷାର ଗୁରୁତ୍ୱ, ଚିକିତ୍ସା ଓ ଆର୍ôଥକ ସହାୟତାର ବିଭିନ୍ନ ଉତ୍ସ ସମ୍ପର୍କରେ ଆଲୋକପାତ କରିଥିଲେ। ନିଜର କର୍କଟ ବିଜୟର ଅନୁଭୂତି ବାଣ୍ଟିବା ସହ ରୋଗ ସମ୍ପର୍କିତ ଅନ୍ଧବିଶ୍ୱାସ ଦୂର କରିବା ଏବଂ କର୍କଟ ରୋଗୀଙ୍କୁ ଭେଦଭାବ ନକରି ମାନସିକ ସାହସ ଓ ସହଯୋଗ ଯୋଗାଇଦେବାକୁ ସେ ଆହ୍ୱାନ ଦେଇଥିଲେ। ପ୍ରଶିକ୍ଷାର୍ଥୀ ମାନେ ବିଭିନ୍ନ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ କର୍କଟ ସଚେତନତାର ଅଧିକ ଆବଶ୍ୟକତା ଥିବାରୁ ଶିକ୍ଷାନୁଷ୍ଠାନ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବା ଉଚିତ ବୋଲି ଶ୍ରୀମତୀ ବେହେରା ମତ ପ୍ରକାଶ କରିଥିଲେ।
