ବ୍ରହ୍ମପୁର : ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘ ପକ୍ଷରୁ ୧୧ତମ ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ପ୍ରଶିକ୍ଷଣ ଶିବିରର ଗୁରୁବାର ଉଦ୍ ଯା ପିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମେୟର ସଙ୍ଘମିତ୍ରା ଦଳାଇ, କ୍ରୀଡ଼ା ଅଧିକାରୀ ଭାଗିରଥୀ ସ୍ୱାଇଁ,ଡାକ୍ତର ଦିବ୍ୟାନୀ ଦେଓ, କର୍ପୋରେଟର ପ୍ରଦୀପ ଶତପଥୀ, ଜିଲ୍ଲା ହ୍ୟାଣ୍ଡବଲ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳ, ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ସାଙ୍ଗଠନିକ ସମ୍ପାଦକ ଶକ୍ତୀଧର ରାଜଗୁରୁ, ଉପସଭାପତି ରାଜେଶ କୁମାର ସାହୁ, ଯୁବନେତା ଅଜୟ କୁମାର ମହାରଣା ଏବଂ କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଚଳିତ ବର୍ଷ ଏହି ପ୍ରଶିକ୍ଷଣ ଶିବିରରେ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୨୫ ଜଣ କୋଚ୍ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏନ୍.ଆଇ.ଏସ୍ କୋଚ୍ ପ୍ରଶାନ୍ତ କୁମାର ରଥ ମୁଖ୍ୟ କୋଚ୍? ଭାବେ ଏହି ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ଶିବିରକୁ ପରିଚାଳନା କରିଥିଲେ । ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ପାଇଁ ଆସିଥିବା ଖେଳାଳିମାନଙ୍କ ଅଭିଭାବକମାନେ ମଧ୍ୟ ଉପସ୍ଥିତ ରହି ସଂଘ ପକ୍ଷରୁ ହୋଇଥିବା ଆୟୋଜନକୁ ପ୍ରଶଂସା କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଶେଷରେ ଖେଳାଳି ମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ସେହି ପରୀ ଖେଳାଳୀ ଙ୍କ ଦ୍ୱାରା ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।
