ମାହାଙ୍ଗା: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଗୋପାଳପୁର ଠାରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ୩ ଜଣ ଶିଶୁ ପୁତ୍ର ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ପ୍ରକାଶ ଯେ, ଘର ପାଖ ପୋଖରୀକୁ କଇଁ ଫୁଲ ତୋଳିବାକୁ ଯାଇ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ୩ ଜଣ ଶିଶୁ ପୁତ୍ର ସମ୍ଭବତଃ ସେମାନଙ୍କର ଗୋଡ଼ ଖସିଯିବାରୁ ପୋଖରୀରେ ବୁଡି ସେମାନଙ୍କର ମୃତ୍ୟ ହୋଇଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି । ନାବାଳକ ମାନଙ୍କ ଭିତରୁ ଇମ୍ରାନ ଖାଁ ଙ୍କ ଦୁଇ ପୁଅ ୪ ବର୍ଷର ଆମର ଖାଁ ଓ ୩ ବର୍ଷର ସଲମାନ ଖାଁନ ଙ୍କ ର ମୃତ୍ୟୁ ହୋଇଥିବା ବେଳେ ପାଖ ପଡୋଶୀ ପିତା – ଅନୱାର ଙ୍କ ପୁତ୍ର ଆରହମ ଖାଁ ୬ ବର୍ଷ ମଧ୍ୟ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣା ସ୍ଥଳ ରେ ଭଦ୍ରେଶ୍ୱର ପୋଲିସ ପହଂଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡିକାଲ କୁ ପଠାଇ ତିନୋଟି ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଗ୍ରାମ ବାସୀ ଙ୍କ କହିବା ଅନୁଯାଇ ଆଜି ସକାଳୁ ପୋଖରୀ ପାଖରେ ଖେଳୁଥିବା ବେଳେ ସେମାନେ ହଠାତ ନିଖୋଜ ହୋଇଯିବା ପରେ ଗାଁ ଲୋକେ ଖୋଜାଖୋଜି କରି ପୋଖରୀ ଭିତରୁ ସେମାନଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଗ୍ରାମବାସୀ ମାନେ ୩ ଜଣଙ୍କ ମୃତ ଦେହ ଉଦ୍ଧାର କରି ସାରିଥିଲେ।
