ନୀଳଗିରି: ଗତ ରବିବାର ଆଇପିଏଲ ଫାଇନାଲ ମ୍ୟାଚ୍ ଚାଲିଥିବାବେଳେ ନିଜ ସାଙ୍ଗ ମାନଙ୍କ ସହିତ ନୀଳଗିରି କଦମସାହି ଗ୍ରାମର ସଞ୍ଜୀବ ମେଦିନିରାୟଙ୍କ ପୁଅ ଶୋଭନ କ୍ୟାରମ ଖେଳୁଥିଲେ। ରାତି ପ୍ରାୟ ୧୦ଟା ସମୟରେ ଉକ୍ତଗ୍ରାମର ଅଭୟ ବେହେରା ହଠାତ୍ ତାଙ୍କ ଘରେ ପ୍ରବେଶକରି କୌଣସି କାରଣ ନଥାଇ ପାଟିତୁଣ୍ଡ କରିବାସହ ଉତକ୍ଷିପ୍ତ ହୋଇ ଶୋଭନର ଆଙ୍ଗୁଳିକୁ କାମୁଡ଼ି ଛିଣ୍ଡାଇଦେଇ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଶୋଭନକୁ ପ୍ରଥମେ ନୀଳଗିରି ମେଡ଼ିକାଲ, ପରେ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏପଟେ ବାପା ସଞ୍ଜୀବ ମେଦିନୀ ରାୟ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଜାରିରହିଛି।
