ବାରିପଦା /ଉଦଳା: ଉଦଳାସ୍ଥିତ ଇନ୍ଦିରାଗାନ୍ଧି ମହିଳା ମହାବିଦ୍ୟାଳୟର +୩ ଶେଷ ବର୍ଷର ଛାତ୍ରୀ ବିଦୁସ୍ମିତା ଘୋଷ ଇତିହାସ ସମ୍ମାନରେ ଚଳିତ ବର୍ଷ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଟପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଇନ୍ଦିରାଗାନ୍ଧି ମହିଳା ମହାବିଦ୍ୟାଳୟ ପାଇଁ ସେ ଗର୍ବ ଓ ଗୌରବ ଆଣିଥିବାରୁ ତାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶିଭୂଷଣ ପାଣିଗ୍ରାହୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପରିଚାଳନା କମିଟିର ସଦସ୍ୟ ଓ ସହପାଠୀ ବୃନ୍ଦ ଶୁଭେଛା ଜଣାଇଛନ୍ତି ।
