ବାରିପଦା: ମୟୁରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ଥାନା, ତରାମରା ଘାଟି ବାଙ୍କ ରେ ଭାରସମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାପରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାର ଜଣାଯାଇଛି । ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ୧.୩୦ ସମୟରେ ଆନନ୍ଦପୁର ପଟୁ ଠାକୁରମୁଣ୍ଡା ଆଡକୁ ବାଇକ ଯୋଗେ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। କେନ୍ଦୁଜିଆଣୀ ପଂଚାୟତ ର ଛେରା ଟାଙ୍ଗର ଗ୍ରାମ ନିବାସୀ କନ୍ଦା ଚେମୁରୁ ହୋ ଙ୍କ ପୁଅ,ଗାର୍ଗୀ ହୋ (୨୭), କୌଣସି କାମରେ ସମ୍ପର୍କିୟ ଘରକୁ ଚିଆଁ ବେଡା ଯାଇଥିଲେ । ଫେରିବା ବେଳେ ତରାମରା ବାଙ୍କ ରେ ଏହି ଦୁର୍ଘଟଣା ଘଟିଥିଲା, ସ୍ଥାନୀୟ ଲୋକେ ଏହି ଘଟଣା ବାବଦରେ ଜାଣିବା ପରେ ଠାକୁରମୁଣ୍ଡା ପୋଲିସ କୁ ଖବର ଦେଇଥିଲେ । ଏକ ଅଟୋ ଯୋଗେ ଗାର୍ଗୀ ଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଏବାବଦରେ ଏକ ଅପମୃତ୍ୟୁ ମାମଲା ୠଜୁକରି ଶବ ବ୍ୟବଚ୍ଛେଦ ର ବ୍ୟବସ୍ଥା କରିବା ସହିତ ଘଟଣା ର ଅଧିକ ତଦନ୍ତ କରୁଥିବାର ପ୍ରକାଶ ।
