ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ସମିଆଁ ପଂଚାୟତ କୋଲ୍ହା ଗ୍ରାମର ଜଣେ ମହିଳାଙ୍କୁ ଜଙ୍ଗଲୀ ହାତୀ ଦଳିଦେବାରୁ ଘଟନାସ୍ଥଳରେ ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ଘଟିଯାଇଛି କ୍ଷ ସୂଚନା ଅନୁସାରେ ଉକ୍ତ ଗାଁର ତିନି ଜଣ ମହିଳା ନିକଟସ୍ତ ଜଙ୍ଗଲ କୁ ଜାଳେଣି ପାଇଁ ପାଇଥିଲେ ଏବଂ ସେଠାରେ ଥିବା ପାହାଡ଼ ଉପରେ ଚଢି ଜାଳେଣି ସଂଗ୍ରମ କରୁଥିବା ସମୟରେ ହଠାତ ଏକ ଜଙ୍ଗଲୀ ହାତୀ ଆସିବାରୁ ଦୁଇଜଣ ମହିଳା ଲୁଚି ଗଲେ ମାତ୍ର ଫୁଲ ପ୍ରଧାନ(୫୨) ହାତୀ ହାବୁଡ଼ରେ ପଡିଯିବାରୁ ହାତୀ ଫୁଲ ନିକଟକୁ ଯାଇ ତା ଉପରେ ଚଢି ଯାଇଥିଲା କ୍ଷ ଘଟନାସ୍ଥଳରେ ଫୁଲ ପ୍ରଧାନର ମୃତ୍ୟୁ ଘଟିଥିଲା କ୍ଷ ପରେ ପରିବାର ଲୋକେ ମୃତ ଦେହ ଉଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି କ୍ଷ ତେବେ ବୈରୀ ସ୍ଥିତ ଡାଲିଯୋଡ଼ା ରେଞ୍ଜର କହିଛନ୍ତି କି ମୃତ ଫୁଲ ପ୍ରଧାନ ଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ କ୍ଷ
