ପୁରୀ: ବ୍ରହ୍ମପୁର, ଭୁବନେଶ୍ୱର, ଭଦ୍ରକ ଓ ଝାରସୁଗୁଡ଼ା ପରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସାବାଡ୍ କରିବାକୁ ପୁରୀ ପୁଲିସ ଏନ୍କାଉଣ୍ଟର ଫର୍ମୁଲା ଆପଣାଇଛି। ପୁରୀ ବାଇପାସ୍ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ବିଷ୍ଣୁପ୍ରସାଦ ଜେନା ଓରଫ୍ ଚନ୍ଦନ (୨୩)କୁ ଶନିବାର ରାତିରେ ଏନ୍କାଉଣ୍ଟର କରି ଘାଇଲା କରିଛି।ଚନ୍ଦନର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ଚନ୍ଦନକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରୁ ତାକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚନ୍ଦନର ଘର ଚନ୍ଦ୍ରଭାଗା ମେରାଇନ୍ ଥାନା ଅଧୀନ ହାଟୁଆଦଣ୍ଡ ଗ୍ରାମରେ। ତା’ ନାଁରେ ୩୨ରୁ ଅଧିକ ସଙ୍ଗୀନ ମାମଲା ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।ଚିକିତ୍ସାଳୟରେ ସିଟି ଡିଏସ୍?ପି ରଶ୍ମିରଞ୍ଜନ ମହାପାତ୍ର ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି।ଶନିବାର ରାତି ଅଧରେ ଚନ୍ଦନ ଓ ତାର କିଛି ସହଯୋଗୀ ପୁରୀ ବାଇପାସ୍? ରାସ୍ତାରେ କିଛି ଅଣଓଡ଼ିଆ ପର୍ଯ୍ୟଟକଙ୍କଠାରୁ ଲୁଟ୍?ପାଟ୍ ପାଇଁ ଯୋଜନା କରୁଥିଲେ । ପ୍ରଥମେ ସେମାନେ ଶ୍ରୀସେତୁ କଡ଼ରେ ମେଳି କରିଥିଲେ। ସେଠାରୁ ସେମାନେ ବାସେଳିସାହି ଥାନା ଅଧୀନ ମଙ୍ଗଳାହାଟ ରାସ୍ତାରୁ ଓମ୍?କାରେଶ୍ୱର ମନ୍ଦିର ଅଭିମୁଖେ ଯାଉଥିବା ନେଇ ଆଇଆଇସି ଅବିନାଶ ରାଉତଙ୍କୁ ସୂଚନା ମିଳିଥିଲା। ଶ୍ରୀ ରାଉତଙ୍କ ନେତୃତ୍ୱରେ ସବ୍?ଇନ୍ସପେକ୍ଟର ଦିସ୍ତୀରଞ୍ଜନ ସାହୁ, ସିରଜ କୁମାର ନାୟକ ଓ ଅଜିତ କୁମାର ବିଶ୍ୱାଳ ସେମାନଙ୍କୁ ପିଛା କରିଥିଲେ। ଓମ୍?କାରେଶ୍ୱର ମନ୍ଦିର ନିକଟରେ ପୋଲିସ ଟିମ୍ ସେମାନଙ୍କୁ ଠାବ କରିଥିଲା। ଲୁଟେରାମାନେ ପୁଲିସ ଦେଖି ଖସିବାକୁ ଚେଷ୍ଟା କଲେ। ଚନ୍ଦନ ବାଇକ୍ ସହ ରାସ୍ତାରେ ପଡ଼ିଯାଇଥିଲା। ପ୍ରଥମେ ପୁଲିସ ଉପରକୁ ଚନ୍ଦନ ଫାଙ୍କାରେ ଫାୟାରିଂ କରିଥିଲା। ବାଧ୍ଯ ହୋଇ ପୁଲିସ ଚନ୍ଦନ ଗୋଡ଼କୁ ଲକ୍ଷ୍ୟ କରି ଗୁଳି କରିଥିଲା। । ସୂଚନାଯୋଗ୍ୟ, ପୁରୀ ସମେତ ଖୋର୍ଦ୍ଧା, ଭୁବନେଶ୍ୱର ୟୁପିଡିର ବିଭିନ୍ନ ଥାନା ଅଞ୍ଚଳରେ ଅଧିକ ଅପରାଧିକ ମାମଲାରେ ଚନ୍ଦନର ସମ୍ପୃକ୍ତ ରହିଛି। ସେ ଜାତୀୟ ରାଜପଥରେ ଟ୍ରକ ଡ୍ରାଇଭର ଓ ଯାତ୍ରୀମାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍?ପାଟ କରୁଥିଲା। ୨ ବର୍ଷ ଧରି ଜେଲ୍ ଦଣ୍ଡ ଭୋଗିବା ପରେ ଏବେ ୪ ମାସ ତଳେ ସର୍ତ୍ତମୂଳକ ଜାମିନ୍?ରେ ଜେଲରୁ ମୁକୁଳିଥିଲା। ସେବେଠାରୁ ଚନ୍ଦନ ନିଜ ଗ୍ରାମରେ ରହୁଥିଲା। ଅଧିକ ତଦନ୍ତ ପରେ ଚନ୍ଦନର ଅପରାଧିକ ସାମ୍ରାଜ୍ୟ ବିଷୟରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
