ପୁରୀ: ସ୍ଥାନୀୟ ସଂସ୍କୃତି ଭବନ ଠାରେ ପୁରୀ ସୁରକ୍ଷା ପରିଷଦ ଓ ଲତା ଚାରିଟେବୁଲ ଟ୍ରଷ୍ଟର ମିଳିତ ଉଦ୍ୟମରେ ବିଶ୍ୱ ପରିବେଶ ସୁରକ୍ଷା ସପ୍ତାହ ୨୦୨୬ ଉଦଘାଟିତ ହୋଇଯାଇଛି । ବିଶ୍ୱ ପରିବେଶ ସୁରକ୍ଷା ସପ୍ତାହ ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ପରିଷଦର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ନ୍ୟାୟଧୀସ ମାନସ ରଞ୍ଜନ ମିଶ୍ର ଯୋଗଦେଇ କହିଲେ ସାମ୍ପ୍ରତିକ ସମୟରେ ବିଶ୍ୱର ପରିବେଶ ବିପର୍ଯ୍ୟସ୍ତ ହେବାକୁ ଯାଉଛି ।ମଣିଷ ନିଜର ସ୍ୱାର୍ଥ ସାଧନ ନିମନ୍ତେ ପରିବେଶ ଜଗତକୁ ବିପର୍ଯ୍ୟସ୍ତ କରିବାରେ ଲାଗିଛି । ଯାହା ବିଶ୍ୱକୁ ବିପଦ ମୁହଁକୁ ଟାଣି ହେଉଛି । ପ୍ରତିବର୍ଷ ଭାରତରେ ୨ ଲକ୍ଷରୁ ଉର୍ଧ୍ୱ ବାୟୁ ପ୍ରଦୂଷଣ ଯୋଗୁଁ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ସଂକ୍ରମିତ ହୋଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ସମ୍ମାନିତ ଅତିଥିଭାବେ ଉପନିବନ୍ଧକ ତପନ କୁମାର ତରାଇ ଯୋଗଦେଇ କହିଲେ ଆଗାମୀ ଯୁବପିଢ଼ି ବିଶ୍ୱର ଉଦବେଗ ପରିବେଶ ପ୍ରତି ସଚେତନ ରହିବା ଆବଶ୍ୟକ ରହିଛି । ଜନସଂଖ୍ୟା ବୃଦ୍ଧି ପାଇଁ ବ୍ୟାପକ ଜଙ୍ଗଲ ଧ୍ୱଂସ ବା ନଷ୍ଟ କରିବା ଏକ ପ୍ରମୁଖ କାରଣ ହୋଇଛି ।ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ଚିଲିକାର ଅବକ୍ଷୟମୁଖି ପରିବେଶ ଚିନ୍ତାଜନକ ଅଟେ ।ଏଥିପ୍ରତି ଆମେ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ପରିବେଶ ପାଇଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ଅନ୍ୟତମ ଅତିଥିଭାବେ ଡକ୍ଟର ଅଭିମନ୍ୟୁ ଭୂୟାଁ, ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା, ସଂସ୍ଥାର ଉପଦେଷ୍ଟା ପ୍ରତିଭା ତ୍ରିପାଠୀ, ବରିଷ୍ଠ ଆଇନୀଜୀବୀ ରଚିତା ରାଉତରା, ଲତା ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଲତା ଦାସ ପ୍ରମୁଖ ମଂଚାସୀନ ଥିଲେ ।ପ୍ରାରମ୍ଭରେ ଆୟୋଜନ ସମିତିର ଅଧ୍ୟକ୍ଷ ବିନୟ ନୃସିଂହ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ କ୍ରିଷ୍ଣା ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରିଷଦ ସମ୍ପାଦକ ଭାଗବତ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆୟୋଜିତ ଆଲୋଚନା ଚକ୍ରରେ ଡକ୍ଟର କାର୍ତ୍ତିକ କୁମାର ଦାସ, ସନ୍ତୋଷ କୁମାର ମହାନ୍ତି, ଜ୍ୟୋତିପ୍ରଭା ପ୍ରୀତମ, ଇଂ କେଶବ ଚନ୍ଦ୍ର ପାତ୍ର, ବିପିନ ଦଳାଇ, ପୀତବାସ ରଥ, ପ୍ରଦୀପ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପୁରୀ ଜିଲ୍ଲା ଉପନିବନ୍ଧକ ତପନ କୁମାର ତରାଇ, ସୁଜାତା ଶତପଥୀ, ମାନସୀ ରଥ, ସର୍ବାଣୀ ଦାସ, ସନ୍ଦୀପ କର୍ମକାର, ତପନ ସେଠୀ, ହାପିନେସ ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରଦୀପ ପ୍ରଧାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ଜୁପିଟର ଦାସ
