ପୁରୀ: ପୁରୀ ପେଣ୍ଠକଟା ବଙ୍ଗାର ମା ବରଫ ସାହିର ଚୋଡପଲ୍ଲୀ କୋଣ୍ଡମା ବୟସ ୬୫ ସେ ୯ ତାରିଖ ଦିନ ଟ୍ରେନରେ ଯାଇ ମାଳତୀପାଟପୁର ଷ୍ଟେସନ ଠାରେ ନିଖୋଜ ହୋଇଯାଇଛନ୍ତି । ତାଙ୍କର ଦୁଇ ପୁତ୍ର ଓ ଗୋଟିଏ ଝିଅ ଅଛନ୍ତି । କୋଣ୍ଡମା ଦେଖିବା ପାଇଁ ଶ୍ଯାମଳ ବର୍ଣ୍ଣ ଓ ତାଙ୍କର ମୁଣ୍ଡ ଦୋଷ ଅଛି । ସେ ତେଲୁଗୁ ଭାଷାରେ କଥାବାର୍ତ୍ତ କରନ୍ତି । ସେ ୨୨ ଦିନ ହେବ ଘରୁ ଯାଇଥିବାରୁ ପରିବାର ଲୋକେ ବନ୍ଧୁବାନ୍ଧବ ଓ ଆଖପାଖ ଖୋଜା ଖୋଜି କରି ନିରାଶ ହୋଇଛନ୍ତି ।

ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ମଧ୍ଯ କରିଛନ୍ତି । ପରିବାର ଲୋକ ବହୁତ ଖୋଜା ଖୋଜି କରି ଏବେ ଦୁଃଖ ଓ ପରିତାପର ସହ ଅଛନ୍ତି । ତାଙ୍କର ଫଟୋଚିତ୍ର ଧରି ସାହି ସାହି ବୁଲି ଆଖପାଖ ଲୋକଙ୍କୁ ଫଟୋଚିତ୍ର ଦେଖାଇ ତାଙ୍କୁ ଖୋଜାଖୋଜି କରି ଝୁରୁଛନ୍ତି । ଯେ କୌଣସି ସହୃଦୟ ବ୍ଯକ୍ତି ତାଙ୍କର ସନ୍ଧାନ ପାଆନ୍ତି ସଙ୍ଗେ ସଙ୍ଗେ ନିକଟସ୍ଥ ଥାନାରେ ଜଣାଇବା ସହ ପେଣ୍ଠକଟା ବଙ୍ଗାର ମା ବରଫ ସାହିର ନାରାୟଣ ତାଙ୍କ ମୋବାଇଲ ନମ୍ବର ୭୬୦୫୯୬୨୯୬୦ ଓ କୋଣ୍ଡମାଙ୍କ ପୁତ୍ର ମୋବାଇଲ ନମ୍ବର ୮୦୦୮୪୮୨୩୫୩ ଏବଂ୯୩୪୬୩୮୪୨୯୯ ରେ ଜଣାଇବାକୁ ଅନୁରୋଧ କରିଛନ୍ତି ।
