ପୁରୀ: ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷ୍ୟରୁ ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମଦ ଦୋକାନ ଖୋଲିବା ଦୁଭାଗ୍ୟଜନକ ଓ ଜନ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି । ୧୯୫୬ ମସିହା ନିଶା ନିବାରଣ ଆଇନ ଓଡ଼ିଶାରେ ଲାଗୁ କରାଯାଇ ପାରୁନି । ମଦ ଦୋକାନ ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିଶା ନିବାରଣ ଅଭିଯାନ ଆରମ୍ଭ ହୋଇଛି । ଏହି ବିକ୍ଷୋଭର ନେତୃତ୍ୱ ଜଗନ୍ନାଥ ଦେଓ,ବିଦ୍ୟୁଲତା ଆଚାର୍ଯ୍ୟ ମଧୁସୂଦନ ମିଶ୍ର, ଡାକ୍ତର ନିରଞ୍ଜନ ବିଶ୍ୱାଳ, କାଳୁ ପୂଜାରୀ, ବାହନ ପରିଡା, କୁମୁଦିନୀ ସାହୁ, ଟୁନା ନାୟକ, ସୌର୍ମ୍ୟ ସ୍ୱାଇଁ, ଛାୟାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।
