ପୁରୀ: ଆନ୍ତର୍ଜାତିକ ତୀର୍ଥ ଓ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପ୍ରଥମଥର ପାଇଁ ବିଶ୍ୱସ୍ତରୀୟ ବ୍ରିକ୍ସ ସମ୍ମିଳନୀ ବଳିଆପଣ୍ଡା ସ୍ଥିତ ହୋଟେଲ ତାଜରେ ଜୁନ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଅନୁଷ୍ଠିତ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୁରୀ ଏସପି ପ୍ରତୀକ ସିଂ । କଡା ସୁରକ୍ଷା ବଳରେ ରହିବ ହୋଟେଲ ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ।ଟ୍ରାଫିକ ବ୍ଯବସ୍ଥାକୁ ସୁ ନିୟନ୍ତ୍ରିତ କରାଯିବ।

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏଠାରେ ବ୍ରିକ୍ସର ମାନସ ମନ୍ଥନ ଅନୁଷ୍ଠିତ ହେବ ।ଇଥ୍?ଓପିଆ, ଇଣ୍ଡୋନେସିଆ, ଚାଇନା,ଇରାନ, ରୁଷିଆ, ସାଉଦି ଆରବ ଆଦି୧୧ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେବେ । ତାଜ ଆଖପାଖ ହୋଟେଲ ଓ ସମୁଦ୍ରକୂଳ ପଟୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯିବ । ବିଶ୍ୱସ୍ତରୀୟ ସମ୍ମିଳନୀ ପୁରୀରେ ପ୍ରଥମ ଥର ହେଉଥିବାରୁ ପୁରୀର ଗୁରୁତ୍ୱ ଏବେ ବଢିଯାଇଛି ।
