ବାଲିଗୁଡା: ଦୁଇ ମାସ ର ଭତ୍ତା ରାଶି ବନ୍ଦ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନଜାତୀୟ ସାମାଜିକ ସୁରକ୍ଷା ଓ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀ ଙ୍କ ଦୁଇ ମାସ ର ଭତ୍ତା ଟଙ୍କା ବନ୍ଦ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଉଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ । ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି । ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ଓ ବ୍ଲକ ରୁ ପ୍ରାୟ ଛଅ ହଜାର ହିତାଧିକାରୀ ଙ୍କ ଭିନ୍ନକ୍ଷମ, ବିଧବା, ସ୍ୱାମୀ ପରିତ୍ୟକ୍ତା, ବାଦ୍ଧକ୍ୟ ଭତ୍ତା ଦୁଇ ମାସ ହେବ ବନ୍ଦ କରାଯାଇଥିବା ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି । ଏଥିସହ କନ୍ଧମାଳ ଜିଲ୍ଲା ରୁ ପ୍ରାୟ ୩୩୪୪୬ ଜଣ ହିତାଧିକାରୀ ଭତ୍ତା ପାଇବାରୁ ଦୁଇ ମାସ ହେବ ବଂଚିତ ରହିଥିବା ଅଭିଯୋଗ ହୋଇଛି ।ଭତ୍ତା ପାଉଥିବା ହିତାଧିକାରୀ ଙ୍କ ପାଇଁ ମାସିକ ଭତ୍ତା ରାଶି ଏକ ମାତ୍ର ସାହା ଭରସା ଓ ବଞ୍ଚିବା ର ଏକମାତ୍ର ଆଶା ହୋଇଥିବା ବେଳେ ଦୁଇ ମାସ ହେବ ହେବ ଭତ୍ତା ବନ୍ଦ ଯୋଗୁଁ ହିତାଧିକାରୀ ମାନେ ହନ୍ତସନ୍ତ ହୋଉଥିବା ଅଭିଯୋଗ କରିଛନ୍ତି ।ତେଣୁ” DBT” ମାଧ୍ୟମରେ ବ୍ୟାଙ୍କ ଜରିଆରେ ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କୁ ଦୁଇ ମାସ ର ଭତ୍ତା ଟଙ୍କା ଶୀଘ୍ର ହାତରେ ପ୍ରଦାନ କରାଯିବା ନିମନ୍ତେ ଭତ୍ତାହିତାଧିକାରୀ ସୁରକ୍ଷା ମଞ୍ଚ ଦାବି କରିଛି । ଯଦି ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ପଂଚାୟତ ନିର୍ବାଚନ ସମୟରେ ହିତାଧିକାରୀ ସୁରକ୍ଷା ମଞ୍ଚ ଉଚିତ ଜବାବ ଦେବ ବୋଲି କହିଛି ।
