ଜୟପୁର: ଅବିଭକ୍ତ କୋରାପୁଟ ଜିଲାର ହିତାଧିକାରିଙ୍କ ବିଭିନ୍ନ ସରକାରୀ ଯୋଜନାର ଅର୍ଥ ସହ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜମା ଟଙ୍କାକୁ ଆତ୍ମସାତ ଘଟଣାର ତଦନ୍ତ କରି ବିଭାଗୀୟ କାଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ନବରଙ୍ଗପୁର ଜିଲା ଝରିଗାଁ ସବ ପୋଷ୍ଟ ଅଫିସର ତତ କାଳିନ ପୋଷ୍ଟ ମାଷ୍ଟର ଗୌରାଙ୍ଗ ସରକାର ଙ୍କୁ ଜୟପୁର ଡିଭିଜନର ବରିଷ୍ଠ ଡାକ ଅଧିକ୍ଷକ ସତ୍ୟବାଦି ବିଶ୍ୱାଳ ନିଲମ୍ବିତ କରିଥିବା ଜଣାଯାଇଛି । ବତ୍ତମାନ ପୋଷ୍ଟ ମାଷ୍ଟର ଜଣକ କୋରାପୁଟ ଜିଲା ବୈପାରିଗୁଡା ରେ କାଯ୍ୟରତ ଥିବା ଜଣାଯାଇଛି । ସୁଚନା ଅନୁସାରେ ହିତାଧିକାରିଙ୍କ ଲକ୍ଷାଧିକ ଟଙ୍କା ଜମା ଖାତାରୁ ଚଞ୍ଚକତା କରି ଅନ୍ୟତ୍ର ଜମା କରି ଟଙ୍କା ଲୁଟ କରିଥିବା ପୁବତନ ସାଂସଦ ପ୍ରଦିପ ମାଝୀ ଓ ପୁବତନ ମନ୍ତ୍ରୀ ତଥା ବିଜେଡି ନେତା ରିବ ନନ୍ଦ ଅଭିଯୋଗ କରିଥିଲେ । ଏପରିକି ଅବିଭକ୍ତ କୋରାପୁଟ ଜିଲାରେ ୫୦ କୋଟିର ଟଙ୍କା ହଡପ ହୋଇଥିବା ଅଭିଯୋଗ କରିଥିଲେ । ଡିବିଟି ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଜୟପୁର ଡାକ ଡିଭିଜନ ଅଧିନରେ ନବରଙ୍ଗପୁର ଜିଲାର ଝରିଗାଁ, କୋଡିଙ୍ଗା, ଡାବୁଗାଁ ଭଳି ୩ଟି ପୋଷ୍ଟ ଅଫିସରେ ଏନଆରଇଜିଏସ ଭଳି ଅନେକ ସରକାରୀ ସହୟତା ରାଶିର ଦରୁପ ଯୋଗ କରି ଗରିବ ଙ୍କ ଟଙ୍କା ଠକି ନେଇଥିଲେ ଅଧିକାରି । ଏପରି ଅଭିଯୋଗ ପାଇବା ପରେ ଡାକ ବିଭାଗ ତଦନ୍ତ ଆରମ୍ଭ କରିଥିଲା । ସପଟେ ଅନ୍ୟ ଦୁଇ ପୋଷ୍ଟ ମାଷ୍ଟରଙ୍କ ବିରୋଦ୍ଧରେ ତଦନ୍ତ ଚାଲିଛି । ଏନେଇ ି ଡାକ ବିଭାଗର ବରିଷ୍ଠ ସୁପରିଟେଣ୍ଡଣ୍ଟ ସତ୍ୟ ବାଦି ବିଶ୍ୱାଳଙ୍କୁ ଘଟଣା ସମ୍ପର୍କରେ ପଚରା ଯାଇଥିଲା । ସେ ଅଭିଯୋଗ ଆସିଛି । ଘଟଣାର ସତ୍ୟତା ରହିଛି । ୫୦ କୋଟି ଟଙ୍କାର ହଡପ ହୋଇଛି କି ନାହିଁ ତାହା ତଦନ୍ତ ପରେ ଜଣା ପଡିବ । ଜୟପୁର ଠାରେ ସାମ୍ବାଦିକ ସମ୍ମାଳନିରେ ପୁବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୁବତନ ସାଂସଦ ପ୍ରଦିପ ମାଝୀ ଡାକ ବିଭାଗରେ ଘୋଟାଲା ହୋଇଥିବା ସିବିଆଇ ତଦନ୍ତ ଦାବି କରାଯାଇଥିଲା । ଜୟପୁର ଡାକ ବିଭାଗ ଅଧିନରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ସହ ରାୟଗଡା ଜିଲା ରହିଛି । ଏହି ଜିଲା ରେ ଥିବା ଡାକ ବିଭାଗରେ ଗିରବ ଗୁରୁବା, ହିତାଧିକାରିଙ୍କ ଟଙ୍କା ଲୁଟ ହୋଇଛି । ଏକ ଆକଳନରୁ ଜଣାଯାଇଛି ୫୦ କୋଟି ଟଙ୍କା ହଡପ କରାଯାଇଛି । ଡାକ ବିଭାଗରେ ଏମଏନଆରଜିଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଭତ୍ତା, ପ୍ରଧାନମନ୍ତ୍ରୀ ଫସଲ ବିମା ଭଳି କେନ୍ଦ୍ର ଓ ରାଜ୍ୟ ସରକରାଙ୍କ ଜନ ହିତକର ଯୋଜନାର ଲାଭ ହିତାଧିକାରି ଙ୍କ ଜମା ଖାତାକୁ ସିଧା ସଳଖ ଡିବିଟି ମାଧ୍ୟମରେ ଯାଏ । ନବରଙ୍ଗପୁର ଓ କୋରାପୁଟ ଜିଲାର କିଛି ଅସାଧୁ କର୍ମଚାରି ମିଳିତ ହୋଇ ୫୦ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲାର ଡାବୁଗାଁ, ଝରିଗାଁ ଓ କୋଡିଗାଁ ଡାକ ଘର ସହ ବିଭିନ୍ନ ଅଞ୍ଚଳରେ ସବ ପୋଷ୍ଟର ମାନେ ହଡପ କରିଥିବା ଅଭିଯୋଗ ହୋଇଛି । ୨୫ ହଜାର ଜମା ଖାତାରୁ ୫ ହଜାର ଜମା ଖାତାରୁ ହଡର ହୋଇଛି । ଗତ ୨୦୨୧-୨୨ ଠାରୁ ୨୦୨୬ ବର୍ଷ ମଧ୍ୟରେ ୫୦ କୋଟି ଟଙ୍କା ହଡପ କରାଯାଇଛି । କେଔାଇସି ପରିବତ୍ତନ କରିବା ସବ ମିଧ୍ୟା ଅଙ୍ଗୁଠି ଛାପ ବ୍ୟବହାର କରି ଟଙ୍କା ହଡପ କରାଯାଇଛି । ପୋଷ୍ଟମାଷ୍ଟର ମାନେ ନିଜର ନାମରେ ଶତାଧିକ ଏକାଉଣ୍ଟ କରି ଟଙ୍କା ଙ୍କୁ ଟ୍ରାନସଫର କରିଛନ୍ତି । ଏହିପରି ଭାବରେ ଅନ୍ୟ ଡାକ ଘରେ ମଧ୍ୟ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରିବାକୁ ବାର ବାର ଦାବୀ ହୋଇଥିଲେ ମଧ୍ୟ ଡାକ ବିଭାଗର ଅଧିକାରି ମାନେ ନିରବ ରହୁଛନ୍ତି । ଜଣେ ପୋଷ୍ଟ ମାଷ୍ଟର ଦୋଶ ସ୍ୱୀକାର କରିଥିଲେ ବି କାଯ୍ୟନୁଷ୍ଠାନ ନିଆଯାଉ ନାହିଁ । ଟଙ୍କା ହଡପ ଘଟଣା ରେ ପଲ୍ଲିରୁ ଦିଲ୍ଲି ଯାଏ ଥିବା ଅଧିକାରି ମାନେ ଜଡିତ ଥିବା ସ୍ପଷ୍ଟ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏହି ଡାକ ବିଭାଗର ଏପରି ଟଙ୍କା ହଡପ ଘଟଣା ଅଶ୍ଚଯ୍ୟ ସୃଷ୍ଟି କରିଛି । ଆଇଡେଣ୍ଟିରେ ହେରଫେର ସିଷ୍ଟମରେ କେଔାଇସିରେ ବ୍ୟାପକ ପରିବତ୍ତନ ଅନିୟମିତତା ମିଥ୍ୟା ଆଙ୍ଗୁଛି ଛାପ ବ୍ୟବହାର କରି ସ୍ପଷ୍ଟ ଦିବା ଲୋକରେ ଲୁଟ୍ କରାଯାଇଛି । ମନେରେଗା ଓ ଅନାନ୍ୟ ସରକାରୀ ଯୋଜନା ର ହଡପ କରିଥିବା ତଥା ଦୁର୍ନତିରେ ଲିପ୍ତ ଥିବା ଅଧିକାରି ଙ୍କ କାଯ୍ୟନୁଷ୍ଠାନ ଗ୍ରହଣ କରି ଗିରଫ କରିବା ସହ ସିବିଆଇ ତଦନ୍ତ ଦାବି କରାଯାଇଛି । ଯେଉଁ ହିତାଧିକାରି ଙ୍କ ଟଙ୍କା ଲୁଟ ହୋଇଛି ସେ ମାନଙ୍କର ପ୍ରାପ୍ୟ ମଜୁରି ତୁରନ୍ତ ପ୍ରଦାନ କରାଯାଉ । ନଚେତ ଜୟପୁର ସ୍ଥିତ ମିଖ୍ୟ ଡାକ ଘର ସହ ବିଏମଜି କାଯ୍ୟାଳୟ ଘେରାଉ କରିବା ସହ ଆଇନର ଆଶ୍ରୟ ନେବାକୁ ବିଜେଡି ନେତା ଚେତା ବନି ଦେଇଥିଲେ । ଚେତାବନି ପାଇବା ପରେ ଡତ ବିଭାଗ ତତ୍ପରତା ପ୍ରକାଶ କରି ନିଲମ୍ଭିତ କରିଛନ୍ତି । ଅନ୍ୟ ୨ ଜଣ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି ।
