ବାରିପଦା / କରଞ୍ଜିଆ; ଗତ କାଲି ୨୭ ତାରିଖ କରଞ୍ଜିଆ ଅଞ୍ଚଳର ବାଇପାସ ଛକ, ସାହାରପଡା ଛକ, ମହାବୀର ଛକ ଆଦି ସ୍ଥାନ ରେ ଗାଡି ଯାଞ୍ଚ ବେଳେ ଛଅ ଜଣ ଚାଳକ ମଦ ପିଇ ଗାଡି ଚଲାଉଥିବା ବେଳେ ଧରାପଡ଼ିଥିଲେ । ସେମାନଙ୍କର ମେସିନ ମାଧ୍ୟମରେ ମଦନିଶା ଟେଷ୍ଟ କରି ସେମାନଙ୍କ ଗାଡି ଜବତ କରିବା ସହ ସେମାନଙ୍କ ବିରୁଦ୍ଧରେ କେଶ ରୁଜୁ କରାଯାଇଛି । କରଞ୍ଜିଆ ଥାନା କେଶ ନଂ ୩୭୨, ୩୭୩, ୩୭୪, ୩୭୬, ୩୭୭, ୩୭୮/୨୬ ମୂଳେ ମାମଲା ରୁଜୁ କରାଯାଇ ଉକ୍ତ ମଦୁଆ ଚାଳକ ମାନଙ୍କୁ ନିଜ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିବାର ଥାନା ଆଇ ଆଇ ସି ପ୍ରକାଶ କରିଛନ୍ତି ।
