ଫୁଲବାଣୀ: ଫୁଲବାଣୀ ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ପିଅନ ପଡା ର ଚିଦାନନ୍ଦ ନଗର ରେ ଝିଅର ଲୁହା ରଡ୍ ଓ ଗରମ ଛୁରୀ ମାଡ଼ରେ ମାଆ ର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ସ୍ମିତାରାଣୀ ଦେହୁରୀ ମାଆ ସେବତୀ କହଁର ଙ୍କୁ ଛୁରୀ ଓ ଲୁହା ରଡ୍ ରେ ମାରିଥିବାରୁ ଫୁଲବାଣୀ ମେଡିକାଲ୍ ରେ ଗତକାଲି ଚିକିତ୍ସିତ ହେଉଥିବା ବେଳେ ମାଆ ସେବତୀ କହଁର ୭୦ ଙ୍କର ମୃତ୍ୟୁ ହୋଇଥିଲା। ପୋଲିସ୍ ଝିଅ ସ୍ମିତାରାଣୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଯୋଗ୍ୟ ଫୁଲବାଣୀ ପିଅନ ପଡା ଚିଦାନନ୍ଦ ନଗର ରେ ନିଜ ସ୍ୱାମୀ ସୁଜିତ୍ ଦେହୁରୀ ଙ୍କ ସହ ଅଭିଯୁକ୍ତ ସ୍ମିତାରାଣୀ ଦେହୁରୀ ରହୁଛନ୍ତି । ମାଆ ସେବତୀ କହଁର ଙ୍କୁ ନିଜ ଭାଇ ଭାଉଜ ରହୁ ଥିବା ବୁଡ଼ାଦାନି ରୁ କିଛି ଦିନ ହେବ ସେପ୍େଟମ୍ବର ମାସ ରେ ଝିଅ ସ୍ମିତା ରାଣୀ ଦେହୁରୀ ନିଜର ନବଜାତ ଶିଶୁ ର ଯତ୍ନ ନେବା ପାଇଁ ଆଣି ପିଅନ ପଡା ଠାରେ ରଖିଥିଲେ । ପରିବାର ଙ୍କ ଇଚ୍ଛା ବିରୁଦ୍ଧରେ ଅଭିଯୁକ୍ତ ସ୍ମିତାରାଣି ବିବାହ କରିଥିଲେ । ମାଆ,ଭାଇ ଭାଉଜ ଏହାର ପ୍ରତିବାଦ କରିଥିଲେ । ସେହି କାରଣ କୁ ନେଇ ତାଙ୍କ ପରିବାର ଲୋକ ମଧ୍ୟରେ ସ୍ମିତା ରାଣୀ ସହିତ ଭଲ ସମ୍ପର୍କ ନଥିଲା। ଓ ମାଆ ସେବତୀ କହଁର ଙ୍କୁ ଝିଅ ସ୍ମିତା ରାଣୀ ସମ୍ପତି ଭାଗ ବଣ୍ଟା କରିବାକୁ କହିଥିଲେ । ମାଆ ସେବତୀ ରାଜି ହୋଇ ନଥିଲେ। ସମ୍ପତ୍ତି ଭାଗ ବଣ୍ଟା କୁ ସ୍ମିତା ରାଣୀ ଓ ଭାଇ ଭାଉଜ ମଧ୍ୟରେ ଅସନ୍ତୋଷ ଥିଲା। ମାଆ ଝିଅ ମଧ୍ୟ ରେ ଏହି କଥାକୁ ନେଇ ତୀବ୍ର ଯୁକ୍ତି ତର୍କ ହୋଇଥିଲା। ଫଳରେ ଝିଅ ସ୍ମିତା ରାଣୀ କ୍ରୋଧରେ ଜର୍ଜରିତ ହୋଇ ମାଆ ସେବତୀ ଙ୍କୁ ଗରମ ଛୁରୀ ଓ ଲୁହା ରଡ୍ ରେ ଅମାନୁଷିକ ଭାବେ ମାଡ଼ ମାରିଥିଲା । ମାଆ ର ଦେହ ସାରା କ୍ଷତ ବିକ୍ଷତ ହୋଇଥିଲା । ତା ପରେ ମାଆ ସେବତୀ ଙ୍କ ଠାରୁ ଅଭିଯୁକ୍ତ ଝିଅ ସ୍ମିତାରାଣୀ ସୁନା ଅଳଙ୍କାର ଚୋରି କରି ନେଇଯାଇଥିଲା।ଏହା ପରେ ମାଆ ସେବତୀ କହଁର ଅତ୍ୟଧିକ ଗୁରୁତର ହେବାରୁ ମାଆ ର ଚିକିତ୍ସା ନକରି ଅଭିଯୁକ୍ତ ଝିଅ ସ୍ମିତାରାଣୀ ମାଆ କୁ ଗୁରୁତର ଅବସ୍ଥାରେ ନେଇ ଭାଇ ଗଣେଶ କହଁର ଓ ଭାଉଜ ନିର୍ମଳତା କହଁର ରହୁଥିବା ବୁଡ଼ାଦାନି ରେ ତା ୨୩/୧୦/୨୦୨୬ ରିଖ ଅପରାହ୍ନ ୧୧.୩୦ ମିନିଟ୍ ସମୟରେ ଛାଡ଼ିଦେଇ ଆସିଥିଲେ। ମାଆ ସେବତୀ ଦେହରେ ପୋଡ଼ା କ୍ଷତ ଓ ହାଡ଼ ଭାଙ୍ଗି ଯାଇଥିବାରୁ ୨୩/୧୦/୨୦୨୬ ରିଖ ଦିନ ରା ମାଆ ସେବତୀ କହଁର ଙ୍କୁ ନେଇ ପୁଅ ବୋହୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଶରୀର ର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ହେତୁ ମାଆ ସେବତୀ ର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଡାକ୍ତର କ୍ଲିନିକାଲ ଡେଥ୍ ବୋଲି ମୃତ୍ୟୁ ଘୋଷଣା କରିଥିଲେ । ତା ୨୩/୧୦/୨୦୨୬ ରିଖ ରାତି ୧୦.୧୫ ମିନିଟ୍ ସମୟରେ ମୃତା ସେବତୀ ର ବୋହୁ ନିର୍ମଳତା କହଁର ଫୁଲବାଣୀ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ଅଧିକାରୀ ପ୍ରଜ୍ଞା ଋତୁମ୍ଭରା କର ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ମେଡିକାଲ୍ ପହଞ୍ଚି ଶବ ଜବତ କରିଥିଲା। ଶବ ଜବତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଟାଉନ୍ ଥାନା ଏସ୍ ଆଇ ଏ ଏମ୍ ଭୋଇ ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇ ଘଟଣା ସମ୍ପର୍କରେ ଫୁଲବାଣୀ ଟାଉନ୍ ଥାନାରେ କେସ୍ ନଂ ୩୦୩/୨୬ , ମୃତ୍ୟୁ ଜନିତ ଦଫା ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ମିତାରାଣୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ କୁ ପୋଲିସ୍ ଗିରଫ କରି ତା ଠାରୁ ଦୁଇ ଟି ଛୁରୀ ,ଗୋଟିଏ ନେକ୍ଲେସ୍, ସୁନାର କାନର ଏକ ହୋଳ ଜବତ କରି ଥିବା ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ଅଧିକାରୀ ପ୍ରଜ୍ଞା ରୁତମ୍ଭରା କର ଗଣମାଧ୍ୟମ କୁ ସୂଚନା ଦେଇଥିବା ବେଳେ କନ୍ଧମାଳ ଏସ ପି ଶ୍ରୀ ରମେନ୍ଦ୍ର ପ୍ରସାଦ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଏହି ଘଟଣା ରେ ଆଉ କେହି ସମ୍ପୃକ୍ତ ଅଛନ୍ତି ପୋଲିସ୍ ତଦନ୍ତ ଜାରି ରଖିଥିବା ଟାଉନ୍ ଥାନା ଅଧିକାରୀ ଶ୍ରୀମତୀ କର ପ୍ରକାଶ କରିଛନ୍ତି ।
