ବାଲିଚନ୍ଦ୍ରପୁର: ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ପତ୍ନୀ ନିଜ ଦେହରେ କିରାସିନି ଢାଳି ମୃତ୍ୟୁ ବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଭଳି ଏକ ଘଟଣା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ଗ୍ରାମରେ ଘଟିଛି । ତେବେ ବାପଘର ଲୋକେ ଆମ ଝିଅକୁ ଶାଶୁଘର ଲୋକେ କିରାସିନି ଢାଳି ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ସୂତ୍ରରୁ ପ୍ରକାଶଯେ,ପତରାଜପୁର ଗ୍ରାମର ଶତ୍ରୁଘନ ନାୟକ ଗତ ୫ ବର୍ଷ ପୂର୍ବରୁ ମାହାଙ୍ଗା ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ସାଗରିକା ସ୍ୱାଇଁଙ୍କୁ ପ୍ରେମ ବିବାହ କରିଥିଲେ । ତେବେ କୌଣସି କାରଣରୁ ଗତ କାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ସାଗରିକା ରାଗିଯାଇ ନିଜ ଦେହରେ କିରାସିନ ଢାଳି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ତେବେ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ଶତ୍ରୁଘ୍ନ, ଏଥିରେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ମୋ ଝିଅ ଦେହରେ କିରାସିନି ଢାଳି ତାକୁ ତା’ର ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ମୃତା ସାଗରିକାଙ୍କ ମାଆ ବାସନ୍ତୀ ସ୍ୱାଇଁ ଆଜି ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି । ଅଭିଯୋଗ ଆଧାରରେ ଥାନା କେଶ ନମ୍ବର ୪୦୧/୩୬ରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ନେଇ ଥାନାଧିକାରୀ ଦିଲ୍ଲୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି ।
