ଧୂଷୁରୀ: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରାମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାର ବୃଦ୍ଧିବପାଇବାରେ ଲାଗିଛି । ଏନେଇ ଅବକାରୀ ବିଭାଗ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନଥିବା ବେଳେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲୁ ରହିଛି । ଧୁଷୁରୀ ଥାନା ଅଧୀନ ଖଡିମାହାରା ଠାରେ ରବିବାର ରାତି ୨ଟା୧୫ରେ ୫.୬ ଲିଟର ମଦ ଜବଦ କରିବାରେ ଧୂଷୁରୀ ପୋଲିସ ସକ୍ଷମ ହେବା ସହ ସହ ରଞ୍ଜନ କୁମାର ପଣ୍ଡା ( ୪୯ ) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ( କେଶ୍ ନଂ ୨୪୨/୨୬ )ରେ କୋର୍ଟ ଚାଲାଣ କରିଛି। ସେହିପରି ସୋମବାର ସକାଳେ ପାୟାସାହି ଠାରେ ୧୦୦ ପେଟିରୁ ଅଧିକ ମଦ ବେତାଳି ଗାଁ ଆଡକୁ ଆସୁଥିବା ବେଳେ ଥାନା ପୋଲିସ ଏହାକୁ ଜବଦ କରିବା ସହ ମନମୋହନ ନାୟକ ( ୪୨)ଙ୍କୁ ଥାନାରେ ଅଟକ ରଖିଛି । ଚୋରାମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା କରାଯିବ ବୋଲି ଧାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ କହିଛନ୍ତି ।
