ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ଦୁବୃର୍ତ୍ତଙ୍କ କାରନାମା ଚରମସୀମା ଅତିକ୍ରମ କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଏନକାଉଣ୍ଟର ବୃଦ୍ଧି ପାଉଛି କ୍ଷ ବ୍ରହ୍ମପୁର ସହର ଗିରି ରୋଡ଼ ମୁଖ୍ୟ ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ଆକ୍ରମଣ ଘଟଣା କିଛିଦିନ ବ୍ୟବଧାନରେ ପୁଣି ଗତକାଲି ଏକ ଭୟବାହ ଘଟଣା ସାମ୍ନାକୁ ଆସିଛି କ୍ଷ ଖବର ଅନୁଯାୟୀ ଗତକାଲି ବଡ଼ ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ମୁଖ୍ୟ ରାସ୍ତାରେ ଜଣେ ଯୁବକଙ୍କୁ ଦୁଇ ଦୁବୃର୍ତ୍ତ ନିର୍ମମ ଭାବେ ଆକ୍ରମଣ ଘଟଣା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି କ୍ଷ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଥିବା ଭିଡିଓ ବ୍ରହ୍ମପୁର ଜିଲ୍ଲା ପୋଲିସ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ପୋଲିସ ମଧ୍ୟ କଡା ଜବାବ ଦେଇଛି କ୍ଷ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ପୁଣି ଏକ ଏନକାଉଣ୍ଟର୍ ହୋଇଛି । ପୁଲିସ ଗୁଳିରେ ଆହତ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଓରଫ ଜଗନ୍ନାଥ ଆହତ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଜଗା ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୁଲିସ ଟିମ ଚଢ଼ାଉ କରିବା ବେଳେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି। ଆହତ ଜଗାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ମଙ୍ଗଳାଙ୍କୁ ବଡ଼ ବଜାର ଅମ୍ବିକା ନଗର ଅଞ୍ଚଳରେ ଖଣ୍ଡାରେ ହାଣିଲେ ଜଗା ଓ ବଳିଆ । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା ।ପୂର୍ବରୁ ଦୁଇଟି ଏନକାଉଣ୍ଟର୍ ହୋଇଥିବା ବେଳେ ବିଳମ୍ବରେ ଆଉ ଏକ ଏନକାଉଣ୍ଟର ହୋଇଛି । ତଥାପି ବ୍ରହ୍ମପୁର ଅଶାନ୍ତ ରହିଛି । ଅପରାଧୀମାନେ ଯଦି ସୁଧାରୀ ବେନି ତେବେ ଏନକାଉଣ୍ଟର ସଂଖ୍ୟା ୍ୱୃଦ୍ଧି ପାଇବ ବୋଲି ଜଣାପଡ଼ିଛି।
