ପୁରୀ: ରବିବାର ଯୋଗୁଁ ସିଂହଦ୍ୱାର ରେ ରହିଥିଲା ପ୍ରବଳ ଗହଳି । ଭକ୍ତମାନେ ଗୁଳୁଗୁଳି ଯୋଗୁଁ ହେଉଥିଲେ କଲବଲ ।ଭୋର ଚାରିଟା ରୁ କର୍ଣ୍ଣାଟକ ର ଭକ୍ତ ତୁଳସୀ ପଟେଲ ସିଂହଦ୍ୱାର ରେ ଶ୍ରୀଜୀଉ ଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ ।ମହାପ୍ରଭୁ ଙ୍କୁ ଦର୍ଶନ କଲେ ଜଳଖିଆ ଖାଇଥାନ୍ତେ ।ଠିଆହୋଇଥିଲେ ହଠାତ ପଡିଗଲେ ଅଚେତ ହୋଇଗଲେ । ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ । ଚିକିତ୍ସା ପରେ ମହିଳା ଭକ୍ତ ସୁସ୍ଥ ଅଛନ୍ତି । ସକାଳ ୫. ୩୮ ମି. ଦ୍ୱାର ଖୋଲିଥିଲା ।ଦେଢ଼ ଘଣ୍ଟା ଠିଆହେବା ପରେ ମହିଳା ଭକ୍ତ ପଡିଯାଇଥିଲେ ।ସିଂହଦ୍ୱାର ଠାରେ ପ୍ରବଳ ଠେଲାପେଲା ଦେଖିବାକୁ ମିଳିଥିଲା ।ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ ହେଉଥିଲେ ।ଅନେକ ଭକ୍ତ ଗରମ ଓ ଗୁଳୁଗୁଳି ଯୋଗୁଁ ଝାଳ ରେ ଗାଧୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା ।ଏସି, ଫ୍ୟାନ, ଥଣ୍ଡା ପାଣି ବ୍ୟବସ୍ଥା ହୋଇ ନ ଥିବା ଦେଖିବାକୁ ମିଳିଥିଲା । ଅଚେତ ହେବା ପରେ ସିଂହଦ୍ୱାର ଥାନା ଆଇ ଆଇ ସି ପଣା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ତ୍ୱରିତ ଭକ୍ତ ଦର୍ଶନ ପାଇଁ ଦାବୀ ହେଉଛି ।
