ଦଶପଲ୍ଲା: ବବାଣିଗୋଛା ଥାନା ଦୁଡା ପଞ୍ଚାୟତ ଅନ୍ତର୍ଗତ କନଡି ଗ୍ରାମର ବାବୁଲା ନାୟକ (୩୦ବର୍ଷ) ପିତା ପୁରାଣ ନାୟକ ଗତକାଲି ସଂଧ୍ୟା ସମୟରେ ଘରପାଖ ସଙ୍ଗାତ ଘରକୁ ବାବୁଲା ଯାଉଥିବା ବେଳେ ନାଳପାଖରେ କେହିଜଣେ ବାରହା ମାରିବାପାଇଁ ବିଦ୍ୟୁତ ତାର ଲଗାଇଥିଲା ସେହି ତାର ଗୋଡରେ ଲାଗି ଅଚେତ ହୋଇଯାଇଥିଲା। ପରିବାର ଲୋକେ ଖବରପାଇ ପରିବାର ଲୋକ ପ୍ରଥମେ ବାଣିଗୋଛା ପ୍ରାଥମିକ ଚିକିତ୍ସା ପାଇଁ ବାଣିଗୋଛା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଗୁରୁତର ହେବାରୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଡାକ୍ତର ମୃତ ଘୋଷଣା କରିଥିଲେ।ବାଣିଗୋଛା ପୋଲିସ ଖବରପାଇ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଶବବ୍ୟବଛେଦ ପାଇଁ ଡାକ୍ତର ଖାନାରେ ରଖାଯାଇଛି।
