କଳାହାଣ୍ଡି: ଓଡି ୦୪ ଏମ ୩୪୧୫ ଟ୍ରକ ନମ୍ବରରେ ଥେରୁବାଲି ଠାରୁ ପଥର କୋଇଲା ବୋଝେଇ ଟ୍ରକ ସୁକିନ୍ଦା ଯାଉଥିବା ସମୟରେ ଶନିବାର ସକାଳ ୮ ଟା ସମୟରେ କଳାହାଣ୍ଡି ଜିଲ୍ଲା ମ. ରାମପୁର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଗୋପାଳ ପୁର ରାୟପୁର ରାସ୍ତା ମ.ରାମପୁର ଥାନା ଗଉଡ କର୍ଲାଖୁଣ୍ଟା କୁସୁର୍ଲାପୁଞ୍ଜା ନିକଟସ୍ଥ ପୋଲ ପାଖରେ ଟ୍ରକ ଡ୍ରାଇଭର ଭାରସାମ୍ୟ ହରାଇ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା। ଫଳରେ ଟ୍ରକ ତଳେ ଚାପି ହୋଇ ରହିଯାଇଥିବା ପୋଲିସ ଖବର ପାଇ ଘଟଣାସ୍ଥଳକୁ ଏସଆଇ ଅଭିମନ୍ୟୁ ରାଓ ପହଞ୍ଚି ତାଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ କ୍ରେନ ସାହାଯ୍ୟରେ ଟେକି ଡ୍ରାଇଭରକୁ ଉଦ୍ଧାର କରି ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ଡ୍ରାଇଭରର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ପୋଲିସ ତାହାର ତଦନ୍ତ ଜାରି ରଖିଛି । ଏ ଯାଏ ଡ୍ରାଇଭରର ପରିଚୟ ମିଳିପାରିନାହିଁ।
