ବାଲିଗୁଡା: ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଗୁରୁବାର ବିଭିନ୍ନ ବିଦ୍ୟାଳୟର ୨୦ ଜଣ ଛାତ୍ରୀଙ୍କୁ ବାଇସାଇକେଲ ପ୍ରଦାନ କରାଯାଇଛି। ଷ୍ଟେଟବ୍ୟାଙ୍କର ସିଏସଆର ଉପକ୍ରମ ଅନ୍ତର୍ଗତ ସ୍ଥାନୀୟ ଏସବିଆଇ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର ମଣ୍ଡଳର ମୂଖ୍ୟ ସାଧାରଣ ପରିଚାଳକ ରାକେଶ କୁମାର ଯାଦବ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କର ଏହି ପ୍ରୟାସ ଛାତ୍ରୀ ମାନଙ୍କ ବିଦ୍ୟାଳୟ ଯିବା ଆସିବା ସୁଗମ କରିବା ସହିତ ସେମାନଙ୍କ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି କହିଥିଲେ।

ଏଭଳି ଯେ କୌଣସି ସାମାଜିକ ଏବଂ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଷ୍ଟେଟବ୍ୟାଙ୍କ ସହଯୋଗର ହାତ ବଢାଇବା ପାଇଁ ପ୍ରସ୍ତୁତ ଅଛି ବୋଲି ସେ ପ୍ରକାଶ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡେପୁଟି ଜେନେରାଲ ମ୍ୟାନେଜର ଆଲୋକ କୁମାର ସିହ୍ନା ଓ ଫୁଲବାଣୀ ଆଞ୍ଚଳିକ ମ୍ୟାନେଜର ଜିତେନ୍ଦ୍ର କୁମାର ପ୍ରଧାନ ମଞ୍ଚାସୀନ ଥିଲେ। ଚିଫ ମ୍ୟାନେଜର (କ୍ରେଡିଟ)ସତ୍ୟବ୍ରତ ସାହୁ, ଚିଫ ମ୍ୟାନେଜର(ଅପରେସନ) ଅନୀଲ ମଲ୍ଲିକ, ରଞ୍ଜିତ ବେହେରା, ତତ୍ୱଦର୍ଶୀ ବେହେରା, ଅମିତ ମଲ୍ଲିକ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
