ନୀଳଗିରି: ପୁଅଝିଅର ଭବିଷ୍ୟତ ଏବଂ ଉନ୍ନତ ଶିକ୍ଷାପାଇଁ ନିଜକୁ ଜଳାଞ୍ଜଳିଦେଇ ବାପା ମା ଏକ ଭଲଶିକ୍ଷାନୁଷ୍ଠାନରେ ପଢ଼ାଇବାର ଇଚ୍ଛା ବେଳେବେଳେ ସବୁସ୍ୱପ୍ନ ଧୂଳିସାତ ହୋଇଥାଏ। ଏହାର ଫାଇଦାନେବାକୁ ମଧ୍ୟ ପଛାଇନଥାନ୍ତି କିଛି ସ୍ୱାର୍ଥନ୍ୱେଶୀ ମଣିଷ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ୍ ଜାମୁଡିହା ଆଦର୍ଶ ବିଦ୍ୟାଳୟରେ। ପୁଅକୁ ଏହି ବିଦ୍ୟାଳୟରେ ପଢ଼ାଇବାପାଇଁ ଉକ୍ତ ବ୍ଲକ୍ ବରହମପୁର ଥାନା ଗରଡିହି ପଞ୍ଚାୟତ ବାଙ୍କିସାହି ଗ୍ରାମର ନୀଳାଦ୍ରି ଜେନାଙ୍କ ପୁଅ ତନ୍ମୟ ଜେନା(୧୩)ଜଣେ ମେଧାବୀଛାତ୍ର ଭାବରେ ଜାମୁଡ଼ିହା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଷ୍ଟମଶ୍ରେଣୀରେ ପଢନ୍ତି। ବିଦ୍ୟାଳୟରେ ଛାତ୍ରାବାସରେ ରହି ପଢ଼ିବାପାଇଁ ସୁଯୋଗନଥିବାରୁ ପରିବାର ଲୋକେ ନିକଟସ୍ଥ ଜାମୁଡ଼ିହା ଗ୍ରାମର ଭବେଶ ସାହୁଙ୍କ ଦ୍ୱାରା ଖୋଲାଯାଇଥିବା ଘରୋଇ ମେସର ରହି ପଢୁଥିଲେ। ମେସଟି ୩ମହଲା ବିଶିଷ୍ଟ ହୋଇଥିବାବେଳେ ଏହି ମେସ୍ ରେ ପିଲାଙ୍କୁ ରଖିବା କିମ୍ବା ପଢ଼ିବାପାଇଁ ସରକାରଙ୍କ ଦ୍ୱାରା କୌଣସି ପଞ୍ଜିକରଣ କରାଯାଇନାହିଁ। ଗତ ବୁଧବାର ବିଳମ୍ବିତ ରାତିରେ ତନ୍ମୟ ତିନିମହଲା ଉପରଛାତରୁ ଖସିପଡିବା ଫଳରେ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ୱର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅବସ୍ଥା ସଙ୍ଗୀନ ହେବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ତେବେ ତନ୍ମୟ ଛାତକୁ ଯିବା ଏବଂ ଛାତରୁ ଖସିପଡିବା କାରଣ ଅସ୍ପଷ୍ଟ ଥିବାବେଳେ ଉକ୍ତ ହଷ୍ଟେଲ ବା ମେସର ମାଲିକାନାରେ ଥିବା ବ୍ୟକ୍ତି ଶ୍ରୀମାନ ଭବେଶକୁ ଅଞ୍ଚଳ ସମେତ ଅଭିଭାବକମାନେ ଦାୟୀକରିଛନ୍ତି। ପିଲାଙ୍କ ଦାୟିତ୍ୱବହନ କରିବାପାଇଁ ଜଗୁଆଳ ବା ୱାଡେନ ରଖିଥିଲେ କି ବୋଲି ପ୍ରଶ୍ନବାଚୀ ଉଠିଛି। ଏଥିସହିତ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱଦେଇ ଖାଦ୍ୟର ମାନ ଯାଞ୍ଚ କରାଯାଉନଥିବା ସହ ଅଗ୍ନିନିର୍ବାପକର ବ୍ୟବସ୍ଥା କରାଯାଇନଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। କେବଳ ଭବେଶ ସାହୁ ନୁହନ୍ତି ଜାମୁଡିହା ସ୍ଥିତ ଆଦର୍ଶବିଦ୍ୟାଳୟ ପାଖ ଗ୍ରାମରେ ଛତୁ ଫୁଟିଲା ଭଳି ଘରୋଇ ମେସ୍ ରହିଥିବାବେଳେ ଏହା ସରକାରଙ୍କ ନଜରରେ ଅଛିକି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ। ଅଭିଯୋଗ ଅନୁଯାୟୀ ଘରୋଇ ମେସର ମାଲିକଙ୍କର କୌଣସି କାଗଜପତ୍ର ନଥିବା ବେଳେ ବେଆଇନଭାବେ ଉଭୟ ପୁଅଝିଅ ଛାତ୍ରଛାତ୍ରୀମାନଙ୍କୁ ମୁନାଫା କମାଇବା ଲକ୍ଷ୍ୟରେ ଶହଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ଜୀବନକୁ ନଜରଆନ୍ଦାଜ୍ କରି ଏକାଧିକ ଛତୁଫୁଟିଲା ଭଳି ଘରୋଇ ମେସ ବନ୍ଦକରି ସରକାରୀସ୍ଥରରେ ବିଧିବଦ୍ଧ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।ସର୍ବୋପରି ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦ୍ୱୋକୁ ସାଧାରଣରେ ଦାବି ହୋଇଛି।
