କଟକ: କଟକ ଅବକାରୀ ବିଭାଗର ଋଓଌଋଈ ଫ୍ଲାଇଂ ସ୍କ୍ୱାଡ୍ ପକ୍ଷରୁ ଜଗତପୁର ଥାନା ଅନ୍ତର୍ଗତ ବାହୁଗ୍ରାମ ଛକ ନିକଟରେ ଚଢ଼ାଉ କରାଯାଇ ୧୯୮ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୧୯.୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଘଟଣାରେ ଖାଲିଦ ଅଲ୍ଲୀ (୪୬) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅବକାରୀ ଅଧୀକ୍ଷକ ସମରଜିତ ଦାଶଙ୍କ ନିର୍ଦ୍ଦେଶ ଏବଂ ଉପ-ଅଧୀକ୍ଷକ ରୋଶନ ଇସୁ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁବାର ଏହି ଚଢ଼ାଉ କରାଯାଇଥିଲା। ଋଓଌଋଈ ୟୁନିଟ୍?-୧, କଟକର ଏକ ସ୍ୱତନ୍ତ୍ର ଦଳ ବାହୁଗ୍ରାମ ଛକ ନିକଟ ରାସ୍ତାରେ ଚଢ଼ାଉ କରି ଅଭିଯୁକ୍ତଙ୍କଠାରୁ ଏହି ବ୍ରାଉନ୍ ସୁଗାର ଜବତ କରିଥିଲା। ଅଭିଯୁକ୍ତ ଖାଲିଦ ଅଲ୍ଲୀଙ୍କ ଘର କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ତିଲଡା, କଣ୍ଟାନିଆସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଏନ୍?ଡିପିଏସ୍? (ଘଊଚଝ) ଆଇନ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ କଟକ ଜିଲ୍ଲା ଓ ଦୌରା ଜଜ୍?-ତଥା-ସ୍ୱତନ୍ତ୍ର ଜଜ୍?ଙ୍କ ଅଦାଲତରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ହୀରା ଦଳପତି, ଏଏସ୍?ଆଇ କିଶୋର କୁମାର ରାଉତ, ଏଏସ୍?ଆଇ ସଞ୍ଜୀବ କୁମାର ମୁଣ୍ଡାଙ୍କ ସମେତ ମହିଳା କନଷ୍ଟେବଳ ରୋଜାଲିନ ପଟ୍ଟନାୟକ ଏବଂ କନଷ୍ଟେବଳ ଦେବାଶିଷ ବେହେରା, ଜଗନ୍ନାଥ ସାହୁ, ଶଙ୍କର୍ଷଣ ରାଉତ, ସୁମିତ କୁମାର ନାୟକ ଓ ରଞ୍ଜିତ ସାହୁ ସାମିଲ ଥିଲେ। ଡ୍ରାଇଭର କୃଷ୍ଣ ମୋହନ ଦାସ ମଧ୍ୟ ଚଢ଼ାଉ ଦଳରେ ଥିଲେ। ଜିଲ୍ଲାରେ ନିଶାଦ୍ରବ୍ୟର ବେଆଇନ କାରବାର ରୋକିବା ସହ ଜିଲ୍ଲାକୁ ନିଶାମୁକ୍ତ ରଖିବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
