ପୁରୀ: କାଠପୋଲ ଠାରୁ ସମଙ୍ଗ ସିରେଇ କଣା ଦେଇ ମଧୁର ଜଳଭଣ୍ଡାର ପର୍ଯ୍ୟନ୍ତ ଧାଉଡିଆ ନଦୀର ଉଭୟ ପାର୍ଶ୍ୱରେ ନଦୀବନ୍ଧ ନଥିବାରୁ ଚାଷଜମି ଜଳମଗ୍ନ ହେବା ସହ ବନ୍ଯାଜଳ ଗ୍ରାମରେ ପଶୁଛି । ନଦୀବନ୍ଧ ନିର୍ମାଣ କରିବା ପାଇଁ ଉତରକଣା ଗ୍ରାମବାସୀ ମାନେ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗ୍ରାମବାସୀ ମାନେ ଜଳଭଣ୍ଡାର ନିକଟରେ ମାଟି ଖୋଳୁଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରକାଶଥାଉକି ସମଙ୍ଗ ଜଳଭଣ୍ଡାର ର ଉର୍ନ୍ନତିକରଣ ପାଇଁ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ପୋଖରୀ ଖୋଳା ସହ ନଦୀବନ୍ଧ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବିକ୍ଷୋଭରେ ଗ୍ରାମବାସୀଙ୍କ ମଧ୍ଯରେ ଲକ୍ଷ୍ମୀଧର ପ୍ରଧାନ, ଭଗବାନ ପ୍ରଧାନ, ଲକ୍ଷ୍ମଣ ସ୍ୱାଇଁ, ମହେଶ୍ୱର ପ୍ରଧାନ, ଜଳନ୍ଧର ପ୍ରଧାନ, ରାମଚନ୍ଦ୍ର ସ୍ୱାଇଁ, ସନ୍ତୋଷ ପ୍ରଧାନ, ଅରକ୍ଷିତ ସ୍ୱାଇଁ, ଜଗବନ୍ଧୁ ପ୍ରଧାନ, କାଳୁ…
