ବାରିପଦା: ମୟୂରଭଞ୍ଜ ଜିଲ୍ଲା, ବଡ଼ସାହି ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ବାଉଁଶବଣିଆ ସାହି ର ଚାଷୀ ନୀଳମାଧ୍ୱ ସିଂ ବଜ୍ରାଘାତ ଯୋଗୁଁ ମୃତ୍ୟୁବରଣ କରିଥିବା ର ଜଣାଯାଇଛି । ପ୍ରାପ୍ତ ସୂଚନା ମୁତାବକ ବାଉଁଶବଣିଆ ସାହି ର ବଣ୍ଟୁ ସିଂ ଙ୍କର ବଡ଼ ପୁଅ ନୀଳମାଧ୍ୱ ସିଂ ଗତ କାଲି ଅପରାହ୍ନ ରେ ବିଲକୁ ଖତ ନେଇ ଯାଇଥିଲେ। ସେ ବିଲକୁ ଯିବା ପରେ ପରେ କାଳବୈଶାଖୀ ପ୍ରଭାବ ରେ ଭୀଷଣ ମେଘ ଘଡଘଡି ହୋଇଥିଲା। ସନ୍ଧ୍ୟା ହୋଇଯାଇଥିଲା କିନ୍ତୁ ଘରକୁ ନ ଫେରିବାରୁ ଘର ଲୋକ ବ୍ୟତିତବ୍ୟସ୍ତ ହୋଇପଡ଼ିଥିଲେ। ଘର ଲୋକ ଏଣେତେଣେ ବହୁ ଖୋଜାଖୋଜି ପରେ ବିଲରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ।ସଙ୍ଗେ ସଙ୍ଗେ ତାକୁ ନିକଟସ୍ଥ ମାଣତ୍ରୀ ପ୍ରାଥମିକ ଚିକିତ୍ସାଳୟ କୁ ନେଇଯାଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟ ବୋଲି ଘୋଷଣା କରିଥିଲେ।
ନୀଳମାଧ୍ୱ କୁ ବଜ୍ରାଘାତ ହେବାରୁ ତାଙ୍କ ପିଠି ପାଶ୍ୱ ସହ ପିନ୍ଧି ଥିବା ବସ୍ତ୍ର ମଧ୍ୟ ଜଳି ଯାଇଥିଲା। ଏ ନେଇ ପୁଲିସ କେଶ ନଂ ୨୪/୨୬ ମୂଳେ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
