oplus_0
ବାଲିଅନ୍ତା: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉତ୍ତରା ଛକ ଦେବୀ ମଣ୍ଡପ ନିକଟରେ ଏକ କାର ଭିତରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଚାଳକ ହେଲେ କଟକ ମାହାଙ୍ଗା ଥାନା କୁମୁଦଜୟପୁର ଗ୍ରାମର ଲଳିତ ମୋହନ ମହାପାତ୍ର। ସେ ଜଣେ ଗାଡି ଚାଳକ ଭାବେ କାମ କରୁଥିବା ବେଳେ ସ୍ଥାନୀୟ ଉତ୍ତରା ବାଲିସାହିରେ ଘର ଭଡାକରି ରହୁଥିଲେ। ମୃତ୍ୟୁର କାରଣ ଜଣାପଡିନଥିଲେ ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଖବରନେବାରେ ଜଣାପଡିଛି ଆଜି ପୂର୍ବାହ୍ନ ପ୍ରାୟ ୯ ଟାରେ ଏକ କାର ଉତ୍ତରା ଦେବୀ ମଣ୍ଡପ ନିକଟରେ ଠିଆ ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଠିଆ ହୋଇଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା ।ସେମାନେ କାର ନିକଟକୁ ଯାଇଥିଲେ । ସେଠାରେ ଲଳିତ ମୋହନ ଚାଳକ ସିଟରେ ଅଚେତ ଅବସ୍ଥାରେ ବସିଥିଲେ । ପରେ ଧଉଳି ଥାନାକୁ ଜଣାଇଥିଲେ । ଧଉଳି ପୁଲିସ ସେଠାରେ ପହଞ୍ଚି ରୋଗୀବୁହା ଯାନ ଯୋଗେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
