ପୁରୀ: ମଙ୍ଗଳବାର ଦେଖିବାକୁ ମିଳିଛି ଅଘଟଣ । ପୁରୀ ବ୍ରହ୍ମଗିରିର ରାସ୍ତାର କୋଇଲା ଅଡା ଛକ ନିକଟସ୍ଥ ଖଡିପଦା ଠାରେ ଲକ୍ଷ୍ମୀ ବସ୍ରୁ ହୁତୁହୁତୁ ହୋଇ ଧୁଆଁ ବାହାରୁଥିଲା । ଚାରିଆଡେ ଧୁଆଁମୟ । ରାସ୍ତାର ଉଭୟ ପଟେ ଜନଗହଳି । ବସରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଦୌଡାଦୌଡ଼ି କରୁଥିଲେ । କେହି କିଛି ବୁଝି ପାରିନଥିଲେ । ହଠାତ ବସ ଟି ଧୁଆଁମୟ ହୋଇଗଲା । ରାସ୍ତା ସାରା ଧୂଆଁମୟ ପାଲଟି ଯାଇଥିଲା । ବ୍ଯାଟେରି ସର୍ଟ ସର୍କିଟ ଯୋଗୁ ଏଭଳି ଘଟିଥିଲା ବୋଲି ଲୋକମାନେ କୁହାକୁହି ହେଉଥିଲେ । ସେଠାରେ ସ୍ଥାନୀୟ ଲୋକ ମାନେ ପହଞ୍ଚି ବସର ଧୂଆଁକୁ ଆୟତ୍ତ କରିବାରେ ଲାଗିପଡିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଦମକଳ ପହଞ୍ଚିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
