କଟକ : ଓଡ଼ିଶାର ସାମ୍ବାଦିକତା ଜଗତର ଜଣେ ପରିଚିତ ଚେହେରା ବିଭୂତି ପତିଙ୍କର ୫୪ ବର୍ଷ ବୟସରେ ପରଲୋକ ଘଟିଛି। ହୃଦ୍?ଘାତରେ ଆକ୍ରାନ୍ତ ହୋଇ କଟକସ୍ଥିତ ଏସ୍?ସିବି ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ ଓଡ଼ିଶାର ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ସୋମବାର ସକାଳେ ଶ୍ରୀ ପତି ଏକ ଘରୋଇ ଗାଡ଼ିରେ ଭୁବନେଶ୍ୱରରୁ କଟକସ୍ଥିତ ସିଡିଏ-୧୦ ଅଞ୍ଚଳରେ ଥିବା ନିଜ ବାସଭବନକୁ ଫେରୁଥିଲେ। ରାସ୍ତାରେ ହଠାତ୍ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଏସ୍?ସିବି ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ଜୀବନ ରକ୍ଷା କରାଯାଇପାରି ନଥିଲା।ହୃଦ୍?ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଥିବା ଜଣାପଡ଼ିଛି।ଦୀର୍ଘ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଥିବା ବିଭୂତି ପତି ଉଭୟ ମୁଦ୍ରିତ ଗଣମାଧ୍ୟମ ଓ ଟେଲିଭିଜନ ସାମ୍ବାଦିକତାରେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ। ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ପ୍ରକାଶିତ ଇଂରାଜୀ ସାପ୍ତାହିକ ଇଷ୍ଟର୍ଣ୍ଣ ଟାଇମ୍ସ ରୁ ସେ ନିଜର ସାମ୍ବାଦିକତା ଯାତ୍ରା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ ଓ ନକ୍ଷତ୍ର ନ୍ୟୁଜ୍? ଭଳି ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଥିଲେ। ଟେଲିଭିଜନ ସାମ୍ବାଦିକତାରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଥିଲା। ସେ ଓଟିଭି ପାଇଁ ଦିଲ୍ଲୀରୁ ରିପୋର୍ଟିଂ କରିଥିବାବେଳେ ନନ୍ଦିଘୋଷ ଟିଭି ସହ ମଧ୍ୟ ଜଡ଼ିତ ଥିଲେ। ନିକଟରେ ସେ ଦିଲ୍ଲୀରେ କନକ ନ୍ୟୁଜ୍?ର ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ।ତାଙ୍କର ଅନେକ ସାକ୍ଷାତକାର ଓ ବିଶେଷ ଫିଚ?ର୍ ବିଭିନ୍ନ ପ୍ରମୁଖ ଖବରକାଗଜରେ ପ୍ରକାଶ ପାଇଥିଲା। ଏଥିସହ ସେ ଜାତୀୟ ଗଣମାଧ୍ୟମ ସହ ମଧ୍ୟ ସମ୍ପୃକ୍ତ ଥିଲେ। ତାଙ୍କ ବିୟୋଗରେ ଜଣେ ଅଭିଜ୍ଞ ସାମ୍ବାଦିକଙ୍କୁ ହରାଇଛି ଓଡ଼ିଶାର ଗଣମାଧ୍ୟମ ଜଗତ। ତାଙ୍କ ପଛରେ ପତ୍ନୀ ଓ ଏକମାତ୍ର ପୁତ୍ର ରହିଛନ୍ତି। ତାଙ୍କ ଅକାଳ ବିୟୋଗ ପରିବାରବର୍ଗ, ସହକର୍ମୀ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଗଭୀର ଶୋକର ବାତାବରଣ ସୃଷ୍ଟି କରିଛି।
