ବାଲିଗୁଡା: ସରକାରୀ ମୁଖ୍ୟମନ୍ତ୍ରୀ ବସ କୁ ସାମ୍ନା ପଟୁ ଧକ୍କା ଦେଲା ଯାତ୍ରୀବାହି ଘରୋଇ ବସ ସାଇଶକ୍ତି ।ଦୁର୍ଘଟଣା ରେ ସରକାରୀ ବସ ଡ୍ରାଇଭର ଓ ତିନି ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇଟି ଯାକ ବସ ର ଅନ୍ୟ ସମସ୍ତ ଚାଳିଶି ରୁ ଉର୍ଦ୍ଧ ଯାତ୍ରୀ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଛନ୍ତି । ବାଲିଗୁଡା ଥାନା ମହାସିଙ୍ଗି ପଂଚାୟତ କାର୍ଯ୍ୟାଳୟ ସାମ୍ନାରେ ଦୁର୍ଘଟଣା ଘଟିଛି ।ମହାସିଙ୍ଗି ପଂଚାୟତ କାର୍ଯ୍ୟାଳୟ ସାମ୍ନାରେ ରାସ୍ତା କଡ଼ରେ ସରକାରୀ ମୁଖ୍ୟମନ୍ତ୍ରୀ ବସ ଯାତ୍ରୀ ଙ୍କୁ ଓଲ୍ହାଇବା ସମୟରେ ବିପରୀତ ଦିଗରୁ ଆସୁଥିବା ସାଇଶକ୍ତି ବସ ଧକ୍କା ଦେଇଥିଲା ।ଦୁର୍ଘଟଣା ଘଟାଇଥିବା ଘରୋଇ ସାଇଶକ୍ତି ବସ ଟି ଫୁଲବାଣୀ ରୁ ବାଲିଗୁଡା ଆସୁଥିବା ବେଳେ ମହାସିଙ୍ଗି ନିକଟରେ ସରକାରୀ ମୁଖ୍ୟମନ୍ତ୍ରୀ ବସ କୁ ପିଟିଥିଲା । ତେବେ ସାଇଶକ୍ତି ବସ ର ବ୍ରେକ କାମ କରୁନଥିବା କାରଣ ରୁ ଭାରସାମ୍ୟ ହରାଇ ସରକାରୀ ବସ କୁ ପିଟି ଥିବା ଜଣା ପଡିଛି । କିଛି ଯାତ୍ରୀ ସାଇଶକ୍ତି ବସ ର ବ୍ରେକ ଅଚଳ ସତ୍ୱେ ଆଡ଼ଜଷ୍ଟମେଣ୍ଟ ରେ ବସ ଚଳାଉଥିବା ଅଭିଯୋଗ କରିଛନ୍ତି । ବ୍ରେକ କାମ କରୁନଥିବା ଜାଣିବା ପରେ କିଛି ଯାତ୍ରୀ ବସ କୁ ଅଟକାଇବାକୁ ମଧ୍ୟ କହିଥିଲେ କିନ୍ତୁ ବସ ଡ୍ରାଇଭର ନ ଶୁଣି ବସ ଚଳାଇଥିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି ।ତେବେ ଦୁର୍ଘଟଣା ପରେ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣା ପଡିଛି । ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
