ବମ୍ବେ: ବଲିଉଡ୍ ଅଭିନେତା ଇମ୍ରାନ ଖାନ ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେସନ୍ ଅଫିସ୍ ଦ୍ୱାରା ଜାରି କରାଯାଇଥିବା ଏକ ଭାରତ ଛାଡ଼ ନୋଟିସ୍କୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ନୋଟିସ୍ରେ ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅକ୍ଟୋବର ୧୦ ତାରିଖରେ ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିବା ପରେ ତାଙ୍କୁ ଏହି ନୋଟିସ୍ ମିଳିଥିଲା। ୪୪ ବର୍ଷୀୟ ଏହି ଅଭିନେତା, ଯିଏ କି ଜଣେ ଆମେରିକୀୟ ନାଗରିକ ଏବଂ ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ କାର୍ଡଧାରୀ, ସେ ଏହି ନୋଟିସ୍କୁ ଅସାମ୍ବିଧାନିକ ବୋଲି ଦର୍ଶାଇ ବମ୍ବେ ହାଇକୋର୍ଟରେ ଏହାକୁ ରଦ୍ଦ କରିବାକୁ ନିବେଦନ କରିଛନ୍ତି। ସେ ଏହି ନିର୍ଦ୍ଦେଶ ଉପରେ ଏକ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ଏବଂ ତାଙ୍କ ଆବେଦନ ବିଚାରାଧୀନ ଥିବା ସମୟରେ କର୍ତ୍ତୃପକ୍ଷଙ୍କ କୌଣସି କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ପାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି। ତାଙ୍କ ଆବେଦନରେ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, କର୍ତ୍ତୃପକ୍ଷ ଯେପରି ତାଙ୍କୁ ଦେଶରୁ ବହିଷ୍କାର ନ କରନ୍ତି, ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି ନ କରନ୍ତି, ତାଙ୍କୁ ବ୍ଲାକଲିଷ୍ଟ ନ କରନ୍ତି କିମ୍ବା ତାଙ୍କ ଙଉଓ ସ୍ଥିତି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି। ଖାନ କହିଛନ୍ତି ଯେ, ଏହି ନୋଟିସ୍?ରେ ସେ କେଉଁ ନିର୍ଦ୍ଦିଷ୍ଟ ଆଇନଗତ ନିୟମ ଉଲ୍ଲଂଘନ କରିଛନ୍ତି, ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇ ନାହିଁ। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, କୌଣସି ପ୍ରାରମ୍ଭିକ ତଦନ୍ତ, ଶୋ-କଜ୍ ନୋଟିସ୍ କିମ୍ବା ନିଜ ପକ୍ଷ ରଖିବାର ସୁଯୋଗ ନ ଦେଇ କାହିଁକି ଏହି ନୋଟିସ୍ ଜାରି କରାଗଲା ତାଙ୍କ ଆବେଦନରେ ଦର୍ଶାଯାଇଛି ଯେ, ଯଦିଓ ନୋଟିସ୍ରେ ତାଙ୍କୁ ଜଣେ ଆମେରିକୀୟ ନାଗରିକ ଭାବ ସେ ଏକ ଏଫ୍ଆଇଆର୍କୁ ଆଧାର କରି ତାଙ୍କୁ ଭାରତ ଛାଡ଼ିବାକୁ କୁହାଯିବା ଘଟଣାକୁ ମଧ୍ୟ ପ୍ରଶ୍ନ କରିଛନ୍ତି, ଯେଉଁ ମାମଲାର ତଦନ୍ତ ବର୍ତ୍ତମାନ ଚାଲିଛି। ଯେଉଁ ଅଭିଯୋଗ ଯୋଗୁଁ ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେସନ୍ ଅଫିସ୍ ନୋଟିସ୍ ଜାରି ହୋଇଥିଲା। ଭାଜପା ନେତା କିରିଟ ସୋମୈୟାଙ୍କ ଏକ ଅଭିଯୋଗ ପରେ ଏହି ନୋଟିସ୍ ଜାରି କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନ ନିକଟରେ ଅକ୍ଟୋବର ୧୦ ତାରିଖରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନରେ ଯୋଗ ଦେଇ ଖାନ୍ ଆଇନ ଉଲ୍ଲଂଘନ କରିଛନ୍ତି। ପୋଲିସ ଏହି ଅଭିଯୋଗକୁ ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେସନ୍ ଅଫିସ୍ ନିକଟକୁ ପଠାଇଥିଲା, ଯାହା ପରେ ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେସନ୍ ଅଫିସ୍ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଥିଲା। ଖାନ୍ଙ୍କ ଆଇନଜୀବୀ ଦଳରେ ଅଧିବକ୍ତା ଜୁଲଫିକାର ମେମନ, ପରଭେଜ ମେମନ ଏବଂ ଚିରାଗ ନାଏକ ଅନ୍ତର୍ଭୁକ୍ତ ଅଛନ୍ତି। ସେମାନେ ସୋମବାର ଦିନ ମୁଖ୍ୟ ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ସମ୍ମୁଖରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ ବମ୍ବେ ହାଇକୋର୍ଟ ଏହି ନୋଟିସ୍ ବିରୋଧରେ ଖାନ୍ଙ୍କ ଆପତ୍ତି ଉପରେ ବିଚାର କରିବେ।
