ପୁରୀ: ବୀରଗୋବିନ୍ଦପୁର ଗ୍ରାମର ଆରାଧ୍ୟା ଦେବୀ ମା’ ଦକ୍ଷିଣକାଳୀଙ୍କ ଆଗାମୀ କାଳୀପୂଜା ଅବସରରେ ମୃଣ୍ମୟୀ ପ୍ରତିମା ନିର୍ମାଣ ନିମନ୍ତେ ଆଜି ପାରମ୍ପରିକ ମାଟି ଅନୁକୂଳ ଅନୁଷ୍ଠାନ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଛି।ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା’ଙ୍କ ପବିତ୍ର କାଳୀପୂଜା ପାଇଁ ଏହି ମାଟି ଅନୁକୂଳ ଏକ ମହତ୍ତ୍ୱପୂର୍ଣ୍ଣ ପାରମ୍ପରିକ ବିଧି। ଏହି ଅନୁଷ୍ଠାନ ସହିତ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି।ମା’ଙ୍କ ପୂଜାକୁ ସୁଚାରୁରୂପେ ଓ ଭବ୍ୟ ଭାବରେ ସମ୍ପନ୍ନ କରିବା ପାଇଁ ଗ୍ରାମବାସୀ, ମହାଜନ, ପୂଜା କମିଟିର ସଦସ୍ୟ ଓ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଏହି ପବିତ୍ର ପରମ୍ପରା ଗ୍ରାମର ଧାର୍ମିକ ଆସ୍ଥା, ସାମାଜିକ ଏକତା ଓ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ପ୍ରତୀକ। ମା’ ଦକ୍ଷିଣକାଳୀଙ୍କ ଅପାର କୃପାରୁ ଚଳିତ ବର୍ଷର କାଳୀପୂଜା ଶାନ୍ତି, ଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ପାଇଁ ମହାଜନାନୀ କୋଠ ବୀରଗୋବିନ୍ଦପୁର, ସତ୍ୟବାଦୀ ପକ୍ଷରୁ ଅନୁରୋଧ କରାଯାଇଛି ।
