ଫୁଲବାଣୀ: ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ଅଧିନସ୍ଥ ଫୁଲବାଣୀ ଅମଲା ପଡା ସ୍ଥିତ ବାପ୍ଟିଷ୍ଟ ଚର୍ଚ୍ଚ,ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଓ କଲୋନୀ ରୁ ଚୋରୀ କରିଥିବା ମାମଲାରେ ଫୁଲବାଣୀ ଟାଉନ୍ ଥାନା ଅଧିକାରୀ ଶ୍ରୀମତୀ ପ୍ରଜ୍ଞା ଋତୁମ୍ବରା କର ଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍ ଥାନା ପୋଲିସ୍ ଚୋରୀ ଘଟଣା ର ପର୍ଦ୍ଦା ଫାସ କରିବା ସହ ଚୋର ମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରି ୩ ଜଣ ଚୋର କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଯୋଗ୍ୟ ତା ୨୫/୧୦/୨୦୨୬ ରିଖ ଦିନ ଫୁଲବାଣୀ ବାପ୍ଟିଷ୍ଟ ଚର୍ଚ୍ଚ ର ସାଧାରଣ ସମ୍ପାଦକ ରବିନ୍ କୁମାର ସାମନ୍ତରାୟ ଏବଂ ସଏଲ୍ କଞ୍ଜରଭେସନ କଲୋନୀ ର ସୁଶ୍ରୀ ନିହାରିକା ରଥ କିଛି ଅଜ୍ଞାତ ଦୁର୍ବୁତ୍ତ ମାନେ ଗ୍ରିଲ୍ ଗେଟ୍ ଭାଙ୍ଗି ରୂପା ଥାଳି ,ରୂପା ପାଉଁଜି, ଏମ୍ପ୍ଲିଫାୟର , ଇନ୍ ଭର୍ଟ,ର୍ ଗ୍ୟାସ୍ ସିଲିଣ୍ଡର,ଚର୍ଚ୍ଚ ରେ ବ୍ୟବହୃତ ଷ୍ଟିଲ ସାମଗ୍ରୀ, ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରି ନେଇଯାଇଥିବା ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ କୁ ଭିତ୍ତି କରି ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଟାଉନ୍ ଥାନା ପୋଲିସ୍ ୨୪ ଘଣ୍ଟା ମଧ୍ୟରେ ଖାନ୍ ତଲାସୀ କରି ଚୋର ମାନଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଥିଲା। ଟାଉନ୍ ଥାନା ପୋଲିସ୍ ଗିରଫ କରିଥିବା ଅଭିଯୁକ୍ତ ମାନେ ହେଲେ ବିରଞ୍ଚି ଦଳଛତ୍ର ଙ୍କ ପୁଅ ଲବ ଦଳଛତ୍ର (୨୮), କୁଶ ନାୟକ (୨୮), ସୁଧୀର ନାୟକ ଙ୍କ ପୁଅ କିଶ୍ୱର ନାୟକ ଓରଫ ଲାଲା (୨୦) , ଏହି ସମସ୍ତ ଅଭିଯୁକ୍ତ ଫୁଲବାଣୀ ଶଗଡ଼ିଆ ସାହିର ବୋଲି ସୂଚନା ମିଳିଛି। ପୋଲିସ୍ ଗିରଫ କରିଥିବା ଯୁବକ ମାନେ ଅଭ୍ୟାସଗତ ଅପରାଧୀ ଅଟନ୍ତି। ଏହି ଚୋର ମାନେ ଏକାଧିକ ଅପରାଧ ରେ ଜଡ଼ିତ ଅଛନ୍ତି। ସେମାନଙ୍କ ନାମରେ ଫୁଲବାଣୀ ଟାଉନ୍ ଥାନାରେ ୨୦୧୧ ଠାରୁ ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏକାଧିକ ଅପରାଧିକ ମାମଲା ରହିଛି। ପୋଲିସ୍ ଏହି ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ କଳା ରଙ୍ଗର ଇମ୍ ୫୦୦୦ ଆହୁଜା ଏମ୍ଳିଫାୟର,ଦୁଇଟି ରୂପା ଥାଳି,ଗୋଟିଏ ଷ୍ଟିଲ କପ୍,ଦୁଇଟି ଗୋଲ୍େଡନ କଲର୍ ଷ୍ଟିଲ ଘଣ୍ଟି, ଦୁଇଟି ଆଲୁମିନିୟମ୍ ବାସନ ହଣ୍ଡା,ଏକ ହୋଳ ରୂପା ପାଉଁଜି,ଏକ ହୋଳ ରୂପା ଆଙ୍କଲେଟ୍ ,ଗୋଟିଏ ଏଚ୍ ପି ଗ୍ୟାସ୍ ସିଲିଣ୍ଡର, ୮ ଗୋଟି ପାନାସନିକ୍ ସି ସି ଟିଭି କ୍ୟାମେରା,ଗୋଟିଏ ବ୍ଲ ଷ୍ଟାର୍ ଏସି ର ବାହ୍ୟ ଆବରଣ ପ୍ଲାଷ୍ଟିକ ଫାଇଭ,ର୍ଗୋଟିଏ ଗଦ୍ରେଜ୍ ଏସି ର ବାହ୍ୟ ଆବରଣ ପ୍ଲାଷ୍ଟିକ ଫାଇବର ,ଗୋଟିଏ ଏୟାର୍ କଣ୍ଡିସନର୍ ବାହ୍ୟ ୟୁନିଟ୍,୦୪ ମିଟର ଲମ୍ବା ତମ୍ବା ତାର ,ଗୋଟିଏ କଳା ରଙ୍ଗର ସେଲେକର ୩୨ ଇଞ୍ଚିଆ ଏଲ୍ ଇ ଡି ଟିଭି,ଜବତ ପୋଲିସ୍ ଜବତ କରିଛି। ଟାଉନ୍ ଥାନା ପୋଲିସ୍ କେସ୍ ୨୯୬,୩୦୬,୩୦୭,ଓ ୩୦୮ ପୃଥକ ପୃଥକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କୋର୍ଟ ଚାଲାଣ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ଏସ୍ ପି ରମେନ୍ଦ୍ର ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
