କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା । ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା । କାଳ ବୈଶାଖି ର କରାଳ ରୂପ ଯୋଗୁଁ ସହରର ଷ୍ଟେଚ୍ୟୁ ଛକ ନିକଟ ରେ ଥିବା ଟେଲିଫୋନ ଭବନ ପାଖରେ ଏକ ଗଛ ଭାଙ୍ଗି କାର ଉପରେ ପଡ଼ିଥ?ିବା ଦେଖିବାକୁ ମିଳିଛି । ସେହିପରି ସହରର ସତ୍ୟ ସାଇ ସ୍କୁଲ ଛକରେ ଟ୍ରାଫିକ ସିଗନାଲରେ ଲୋକଙ୍କୁ ତାତିରୁ ରକ୍ଷା ପାଇଁ କରାଯାଇଥିବା ଆଶ୍ରୟସ୍ଥଳ ମଧ୍ୟ ଭାଙ୍ଗି ଯାଇଛି। ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ରେ ଚାଲିଥିବା ଖେଲ ମେଳାର ମଞ୍ଚ ଓ ବ୍ୟାରିକେଡ଼ ମଧ୍ୟ ଭାଙ୍ଗି ଯାଇଛି । ଝଡ଼ ବତାସ ଓ ବର୍ଷା ସମଯରେ ଏହି ଘଟଣା ଘଟିଛି। କାଳ ବୈଶାଖୀ ଯୋଗୁଁ ଗଛ ଗୁଡିକ ଭାଙ୍ଗି ଯାଇଥିବାରୁ ସହରରେବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଥିଲା । ରାସ୍ତାରେ ଗଛ ଗୁଡିକ ପଡିଥିବାରୁ ଖବର ପାଇ ରାସ୍ତା ସଫା କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର ଚାଲିଥିଲା । ସେହିପରି ଟିପିଡବ୍ଲୁଓ ଡିଏଲ ବିଭାଗ ପକ୍ଷରୁ ମଧ୍ୟ ବିଦ୍ୟୁତ ସଜାଡା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ, ଗତ କିଛି ଦିନ ହେଲା ଭବାନୀପାଟଣା ସହରରେ ୪୩ ଡିଗ୍ରୀ ରୁ ଅଧିକ ତାପମାତ୍ରା ରହୁଥିବାବେଳେ ଏବେ ବର୍ଷା ଯୋଗୁଁ ସ୍ଥାନୀୟ ଲୋକଙ୍କୁ ତାତି,ଗୁଲ ଗୁଳିରୁ କିଛିଟା ଆଶ୍ୱସ୍ତି ମିଳିଛି ।
