ଫୁଲବାଣୀ: ଫୁଲବାଣୀ ନାରାୟଣୀ ଠାକୁରାଣୀ ଙ୍କ ର ଯାତ୍ରା ପଡ଼ିଆ ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପ ସମ୍ମୁଖ ରେ ସାବିତ୍ରୀ ଅମାବାସ୍ୟା ତିଥିରେ ପୂଜା ଅର୍ଚ୍ଚନା କରି ଫୁଲବାଣୀ ସହର ର ହଜାର ହଜାର ମହିଳା ସାବିତ୍ରୀ ବ୍ରତ ପାଳନ କରିଛନ୍ତି କ୍ଷ ମାଁ ନାରାୟଣୀ ଠାକୁରାଣୀ ଙ୍କ ସହିତ ପଞ୍ଚ ଦେବୀ ପଞ୍ଚ ଠାକୁରାଣୀ ମାଁ ବରାଳଦେବୀ, ବ୍ୟଘ୍ର ଦେବୀ, ବ୍ରକ୍ଷହ୍ମଣୀ ଦେବୀ,ଗ୍ରାମଦେବୀ, ମାଁ ଦକ୍ଷିଣ କାଳୀ ଙ୍କୁ ନିଜ ମନ୍ଦିର ମାନଙ୍କ ରୁ ଅକ୍ଷୟ ତୃତୀୟା ଠାରୁ ଆବାହନ କରି ଅଣାଯାଇ ମାଁ ଙ୍କର ଫୁଲବାଣୀ ହାଟପଦା ଶ୍ରୀରାମ ମନ୍ଦିର ନିକଟସ୍ଥ ଯାତ୍ରା ପଡିଆ ଅସ୍ଥାୟୀ ମଣ୍ଡପ ରେ ସ୍ଥାପନ କରାଯାଇ ଦୀର୍ଘ ଏକ ମାସ ଧରି ମାଁ ଙ୍କର ଦିବାର୍ଷିୟ ଯାତ୍ରା ପରିଚାଳନା କମିଟି ଦ୍ୱାରା ଯାତ୍ରା ଚାଲୁ ରହିଛି ।ଯାତ୍ରା ଶୁଭାରମ୍ଭ ପର ଠାରୁ ମାଁ ନାରାୟଣୀ ଠାକୁରାଣୀ ସହ ବରାଳ ଦେବୀ, ବ୍ରାହ୍ମଣୀ ଦେବୀ,ବ୍ୟାଘ୍ର ଦେବୀ ଗ୍ରାମ ଦେବୀ ପଞ୍ଚ ଦେବୀ ପଞ୍ଚ ଠାକୁରାଣୀ ଭକ୍ତ ମାନଙ୍କୁ ଦର୍ଶନ ଦେବା ନିମନ୍ତେ କମିଟିର ଯୋଜନା ପ୍ରକାରେ ପଞ୍ଚ ଦେବୀ ଠାକୁରାଣୀ ଙ୍କର ଘଟ କଳସୀ ତିଆରି କରାଯାଇ ଫୁଲବାଣୀ ସହର ର ପ୍ରତ୍ୟେକ ୱାର୍ଡ ସାହି ଗଳି ବସ୍ତି ନଗର ପରିଭ୍ରମଣ ଯାଇ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି। । ସହର ର ସମସ୍ତ ବଜାର କମିଟି ବିଭିନ୍ନ ରଙ୍ଗ ବେରଙ୍ଗ ଆଲୋକ ମାଳା ରେ ସୁନ୍ଦର ସୁନ୍ଦର ତୋରଣ ରେ ମାର୍କେଟ ସୁ ସଜ୍ଜିତ କରି ବାଣ ବାଜା ବିଭିନ୍ନ ବେଶ ଭୂଷା,ନୃତ୍ୟ ସଙ୍ଗୀତ ରେ ଆସି ବରଣ କରି ପଞ୍ଚ ଦେବୀ ଙ୍କୁ ନେଇ ସେଠାରେ ବିଭିନ୍ନ ମିଷ୍ଟାନ ଭୋଗ ପୂଜା ଅର୍ଚ୍ଚନା କରୁଛନ୍ତି ।

ପ୍ରତି ଦୁଇ ବର୍ଷରେ ଥରେ ପଞ୍ଚ ଦେବୀ ଠାକୁରାଣୀ ଙ୍କ ସମ୍ମୁଖରେ ଶ୍ରଦ୍ଧାଳୁ ସାବିତ୍ରୀ ମାନେ ସାବିତ୍ରୀ ଅମାବାସ୍ୟା ରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଆଜି ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ସାବିତ୍ରୀ ପଞ୍ଚ ଦେବୀ ଠାକୁରାଣୀ ଙ୍କ ସମ୍ମୁଖ ରେ ସାବିତ୍ରୀ ବ୍ରତ କରିଥିଲେ। ମାଁ ଙ୍କ ନିକଟରେ ଭାଗ୍ୟରେ ଥିଲେ ସାବିତ୍ରୀ ବ୍ରତ ପାଳନ କରିବାର ସୁଯୋଗ ମିଳେ ବୋଲି ବ୍ରତ ପାଳନ କରୁଥିବା ମହିଳା ମାନେ କହିଥିଲେ । କନ୍ଧମାଳ ଜିଲ୍ଲାର ସମସ୍ତ ଅଞ୍ଚଳ ରୁ ଏବଂ ଫୁଲବାଣୀ ସହର ର ସମସ୍ତ ୱାର୍ଡ ରୁ ସମସ୍ତ ଶ୍ରଦ୍ଧାଳୁ ହଜାର ହଜାର ସଂଖ୍ୟାରେ ପୂଜା କରିବାକୁ ଆଗ୍ରହ ସହ ମାଁ ଙ୍କ ଅସ୍ଥାୟୀ ପୂଜା ମଣ୍ଡପ କୁ ଆସନ୍ତି କ୍ଷ ପ୍ରତ୍ୟେକ ଦିନ ସକାଳ ୭ଟା ରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ପୁରୁଷ ମହିଳା ହଜାର ହଜାର ଭକ୍ତ ଙ୍କର ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି କ୍ଷ ଏହି ପୂଜା କାର୍ଯ୍ୟରେ ଯାତ୍ରାର ମୁଖ୍ୟ ପୂଜକ ସଞ୍ଜୟ କୁମାର ଦାଶ, ସହାୟକ ପୂଜକ ନୀଳକଣ୍ଠ ମିଶ୍ର, ସନ୍ତୋଷ ଦାଶ, ପ୍ରକାଶ ପାଢ଼ୀ, ସନ୍ତୋଷ ପାଢ଼ୀ,ଶ୍ରୀକାନ୍ତ ପଣ୍ଡା,ଦିପୁ ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ କରୁଛନ୍ତି କ୍ଷ ଅନ୍ୟ ମାନଙ୍କ ମଧ୍ୟରେ କମିଟିର କର୍ମକର୍ତ୍ତା କମିଟି ସ୍ୱେଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରୁଥିବା ଯୋଗୁଁ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଚାଲିଛି।
