ବାରିପଦା : ମୟୂରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡ ର ସାନ କୁଣ୍ଡ କୁ ପଡୋଶୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ଗ୍ରାମର ଗଙ୍ଗାଧର ମହାନ୍ତ ଙ୍କ ପତ୍ନୀ ସାବିତ୍ରୀ ମହାନ୍ତ ନାମ୍ନୀ ଜଣେ ୬୫ ବର୍ଷୀୟା ବୃଦ୍ଧା ବୈତରଣୀ ନଦୀ ଶଯ୍ୟାର ଭୀମକୁଣ୍ଡ ଥିବା ପ୍ରସ୍ତର ପରିବେଷ୍ଟିତ ସାନକୁଣ୍ଡରେ ଖସି ପଡ଼ିଥିଲେ।

ଗତ କାଲି ମଧ୍ୟାହ୍ନରେ ଘଟିଥିବା ଏହି ଅଘଟଣ ପରେ ବୃଦ୍ଧା ଜଣକ ଏକ ପଥର ଧରି ନିଜର ପ୍ରାଣ ରକ୍ଷା କରିବାରେ ସକ୍ଷମ ହୋଇ ଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ପାଟଣା ବ୍ଲକ ଅଗ୍ନିଶମ କେନ୍ଦ୍ରଧିକାରୀ ଗୌରମୋହନ ହେମ୍ବ୍ରମ ଓ ତାଙ୍କ ଟିମ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ମୟୁରଭଞ୍ଜ ସୀମା ପାର୍ଶ୍ୱରୁ କିଛି ଲୋକ ଦଉଡି ସାହାଯ୍ୟରେ ସାନକୁଣ୍ଡ ଭିତରୁ ବୃଦ୍ଧା ଙ୍କୁ ଉଦ୍ଧାର କରି ସାରିଥିଲେ। ଉଦ୍ଧାର ପରେ ଅଗ୍ନିଶମ ବାହିନୀ ତାଙ୍କୁ ସେଠାରୁ ପାଟଣା ଡାକ୍ତରଖାନା କୁ ଆଣିବା ପରେ ସେ ଚିକିତ୍ସାଧିନ ଥିବା ର ସୂଚନା ମିଳିଛି। ତେବେ ଘରୋଇ କଳି ରୁ ସେ ସାନ କୁଣ୍ଡ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି।
