Oplus_16908288
ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଣ୍ଡାବୁଟୁଲା ଗାଁରେ ଜମି ବିବାଦ କୁ ନେଇ ଜଣେ ବୃଦ୍ଧ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଘଟିବା ର ୨୪ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରି ପାରୁନି ବଙ୍ଗୋମୁଣ୍ଡା ପୋଲିସ । ନ୍ୟାୟ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୀଡିତ ପରିବାର ତଥା ସମ୍ପର୍କୀୟ ମାନେ ଆଜି ବଙ୍ଗୋମୁଣ୍ଡା ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ,ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାଥାନା କୁଣ୍ଡାବୁଟୁଲା ଗାଁର ଲଳିତ ରଣା(୪୮) ଗତ ସେପ୍େଟମ୍ବର ୨୦ ତାରିଖ ଦିନ ଭାଲୁମୁଣ୍ଡା କୁ କୌଣସି କାମ ରେ ଯାଇ ନିଜ ଗାଁ କୁ ରାତି ରେ ଫେରୁଥିବା ବେଳେ ଜମିବାଡ଼ି ବିବାଦ କୁ ନେଇ ଗାଁର ସମ୍ପର୍କୀୟ କ୍ଷମାସାଗର ରଣା, ଗୁରୁଚରଣ ରଣା, ରଞ୍ଜନ ରଣା, ଭୂଜନ ରଣା ଠେଙ୍ଗା ବାଡ଼ି ରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡା ଜିଲ୍ଲା ଖଡ଼ିଆଳ ସରକାରୀ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟପୁର ବାଲାଜୀ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି ।ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।୨୪ ଦିନ ପରେ ମଧ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରି ପାରୁନି ପୋଲିସ ।ଆଜି ନ୍ୟାୟ ପାଇଁ ପୀଡିତ ପରିବାରବଙ୍ଗୋମୁଣ୍ଡା ଥାନା ର ଦ୍ୱାରସ୍ଥ ହୋଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।
