ବାରିପଦା: ମୋରଡା ଥାନା ରୁ ମାତ୍ର ୨୦୦ ମିଟର ଦୂରରେ ଥିବା ମୋରଡା ଗ୍ରାମ ଭିତରୁ ସତ୍ୟବାନ ବିନ୍ଧାଣି ଓ ସୁଶାନ୍ତ ଜେନା ଙ୍କ ଘରୁ ବିଳମ୍ବିତ ରାତିରେ ଚୋର ପଶି କଳା କନା ବୁଲାଇଛନ୍ତି । ସତ୍ୟବାନ ବିନ୍ଧଣୀ ଙ୍କ ଘରୁ ୭୫୦୦ଟଙ୍କା ସହିତ ସୁନା ଲକେଟ, ରୁପା ବ୍ରେସ ଲେଟ ସହିତ କଂସା ସାମଗ୍ରୀ ଚୋରି ହୋଇଥିବା ବେଳେ ସୁଶାନ୍ତ ଜେନା ଙ୍କ ଘରୁ ଗୋଟିଏ ହିରୋ ସାଇକେଲ ସହିତ ଆଠ ଟି କୁକୁଡ଼ା ଚୋରି ହୋଇଛି । ମୋରଡା ଗ୍ରାମରେ ଏ ପରି ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୋଲିସ ଚୋର ଧରିବାରେ ଅସଫଳ ହେଉଥିବା ସହିତ ଚୋରି ରୋକିବାରେ ବିଫଳ ହେଉଛି । ଯାହାକୁ ନେଇ ମୋରଡା ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହୁଛନ୍ତି । ଏଥିନେଇ ମୋରଡା ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଧଡାସାହି ଗ୍ରାମର ପିତାମ୍ବର ଦାସ ଙ୍କ ଝିଅ ବାହାଘର ବେଳେ ବରଯାତ୍ରୀ ପ୍ରସେସନ ଚାଲୁଥିବା ସମୟରେ ମୋରଡା ଥାନା ପୋଲିସ ଯାଇ ୧୦ଟା ରାତି ହୋଇଯାଇଥିବାରୁ ଡି ଜେ ପ୍ରୋସେସନ ବନ୍ଦ କରିବା ପାଇଁ ତାଗିଦ କରି ଡି ଜେ କୁ ବନ୍ଦ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଫଳରେ ବରପରିବାର ଓ କନିଆ ପରିବାର ମଧ୍ୟ୍ ରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ମୋରଡ଼ା ଗ୍ରାମରେ ବରିଷ୍ଠ ସମାଜସେବୀ ସୁଶାନ୍ତ ପାତ୍ର ଙ୍କ ନାତୁଣୀ ବାହାଘର ଦିନ ସେହିପରି ଭାବେ ରାତି ରେ ମଦ ମାପ ଯନ୍ତ୍ର ରେ ବରଯାତ୍ରୀ ଙ୍କୁ ଚେକିଙ୍ଗ କରି ମାରୁତି ସୁଜୁକି ଗାଡି ଜବତ କରିବା ସହ ଗାଡି ମାଲିକ ଙ୍କ ନାମ ରେ ମାମଲା ରୁଜୁ କରାଯାଇଛି । ପାରିବାରିକ ସାମାଜିକ କାର୍ଯ୍ୟକ୍ରମ (ବାହାଘର )ମାନଙ୍କ ରେ ପୋଲିସ ର ମାତ୍ରାଧିକ କାର୍ଯ୍ୟନୁଷ୍ଠାନ କୁ ଦୃଢ ନିନ୍ଧା କରିଛନ୍ତି ମୋରଡା ଅଂଚଳ ର ଜନସାଧାରଣ ଓ ବୁଦ୍ଧିଜୀବୀ । ବର୍ତମାନ ମୋରଡା ଅଞ୍ଚଳ ରେ ଲୋକେ ବାହାଘର କରିବା ପାଇଁ ସହଜ ମନେ କରୁନାହାନ୍ତି, ପୋଲିସର ଯଦି ଏତେ ପାରିବା ପଣିଆ ଅଛି ବାହାଘର ଡି ଜେ ଓ ବରଯାତ୍ରୀ ମାନଙ୍କ ପଛରେ ଘିରି ଘିରି ହୋଇ ନୂଆ ଗାଡି ରେ ନ ଘୁରି ରାତି ରେ ପେଟ୍ରୋଲିଙ୍ଗ କଲେ ମୋରଡା ଅଞ୍ଚଳ ରେ ଘଟୁଥିବା ଚୋରି ରୋକାଯାଇ ପାରନ୍ତା ବୋଲି ପ୍ରକାଶ କରିଛନ୍ତି ପୋଲିସ ସମିତି ସଦସ୍ୟ ସୌରଭ ରଞ୍ଜନ ମହାନ୍ତି ।
