ବାରିପଦା : ମୟୁରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଭୁକ୍ତ ବନାଞ୍ଚଳ ରେ ହାତୀ ଉପଦ୍ରବ କମୁନାହିଁ। ବନବିଭାଗ ର ନିଦ ହଜାଇ ଦେଇଛି ହାତୀ ।ଯେତେ ଘଉଡାଇଲେ ସୁଦ୍ଧା ହାତୀ ଝାଡଖଣ୍ଡ କୁ ଯିବାକୁ ଚାହୁଁନାହିଁ। କେତେବେଳେ ଚାଷ ନଷ୍ଟ କରି ଘର ଦ୍ୱାର ଭାଙ୍ଗୁଛି ତ କେତେବେଳେ କାହାର ଜୀବନ ଯାଉଛି.। ମଣିଷ ହାତୀର ବାଗୁଡ଼ି ଖେଳରେ ଅନେକ ଧନ ଜୀବନ ହାନି ଘଟୁଛି। ତେବେ ଗତ ରାତିରେ ଏକଦନ୍ତା ହାତୀ, ଆଦର୍ସ ବିଦ୍ୟାଳୟ ନିକଟରେ,ମହୁଲିଆ ଗ୍ରାମର ରବି ନାଏକଙ୍କ ତେଜରାତୀ ଦୋକାନ ଘର ଟିକୁ ସମ୍ପୂର୍ଣ ଭାଙ୍ଗି ଦୋକାନ ରେ ଥିବା ସମସ୍ତ ଜିନିଷ ନଷ୍ଟ କରିଦେଇଥିବାର ଦେଖିବାକୁ ମିଳିଛି । ପରେ ଆଉ କିଛି ହାତୀ ପଲ ମହୁଲିଆ ଗ୍ରାମ ର ଚାଷ ଜମିରେ ପଶି ଖରାଟିଆ ଧାନ ଚାଷ ନଷ୍ଟ କରିଥିବା ର ଦେଖିବାକୁ ମିଳିଛି । ଲୋକେ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ହାତୀକୁ ଘଉଡାଇ ପାରିନଥିଲେ । ଏପଟେ ବନବିଭାଗ ହାତୀ ଗତି ବିଧି ର ଟେର୍ ପାଉନଥିବା ବେଳେ ହାତୀ ଘଉଡା ଅପରେସନ ଫେଲ୍ ମାରୁଛି। ତେବେ କ୍ଷୟ କ୍ଷତିର ତଦନ୍ତ କରି ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି ହେଉଛି ।
