ଚଣ୍ଡିଖୋଲ: ବଡଚଣା ବ୍ଲକ୍ ଅନ୍ତର୍ଗତ କୁନ୍ଦଳ ଗ୍ରାମ ପଞ୍ଚାୟତ ଅଧୀନ କୁଳ ହରିପୁର ଗ୍ରାମର ବୀରବର ସାମଲ ଙ୍କ ପୁଅ ନଳିନୀକାନ୍ତ ସାମଲ ( ୪୯) ଙ୍କର ସର୍ପାଘାତ ରେ ମୃତ୍ୟୁ ଘଟିଛି। ନଳିନୀ ନିଜ ଶୌଚାଳୟରେ ଶୌଚ ହେଉଥିବା ସମୟରେ ଏକ ବିଷଧର ସାପ ତାଙ୍କ ଗୋଡ଼କୁ କାମୁଡି ଦେଇଥିଲା। ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ତ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ। ମାତ୍ର ଚିକିତ୍ସା ଧୀନ ଅବସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପ୍ରକାଶ ପାଇଲା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶବ ଗ୍ରାମରେ ପହଞ୍ଚିଲା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥଲା। ଖବର ପାଇ ବଡଚଣା ବିଧାୟକ ଅମର ନାୟକ,ପୁର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ସାମ୍ବାଦିକ ସୁରେନ୍ଦ୍ର ନାଥ ସାମଲ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିବା ସହିତ ଶବା ଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି। ମୃତ ନଳିନୀ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ତାଙ୍କର ବିଧବା ପତ୍ନୀ ଏକମାତ୍ର ପୁଅ ଓ ଝିଅ ଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି
