ପୁରୀ: ଶାରଦୀୟ ନବରାତ୍ରୀ ଅବସରରେ ୧୬ ତାରିଖ ଶୁକ୍ରବାର, ୧୭ ତାରିଖ ଶନିବାର ଓ ୧୮ ତାରିଖ ରବିବାର ତିନିଦିନ ପୁରୀ ରାଜଭବନ ମାର୍ଗସ୍ଥ ଐତିହ୍ୟ ହଂପନ ପୁରୀକ୍ଲବ ପକ୍ଷରୁ କ୍ଲବ ପରିସରରେ ରଙ୍ଗାରଙ୍ଗ ଦାଣ୍ଡିୟା ଉତ୍ସବ ଆୟୋଜିତ ହେବ ବୋଲି କ୍ଲବ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ପ୍ରତ୍ୟେକ ସଂଧ୍ୟା ପାଇଁ ପ୍ରତି ଟିକେଟ ର ମୂଲ୍ୟ ତିନିଶହ ପଚାଶ ଟଙ୍କା ରଖାଯାଇଛି। ଉତ୍ସବ ର ପ୍ରଥମ ସଂଧ୍ୟା ରେଟ୍ରୋ ନାଇଟ୍, ଦ୍ୱିତୀୟ ସଂଧ୍ୟାରେ ପାରଂପରିକ ନୃତ୍ୟ ଓ ଶେଷ ସଂଧ୍ୟାରେ ଡିଜେ ଦାଣ୍ଡିୟା ଆୟୋଜିତ ହେବ। ଏହି ଉତ୍ସବ ସମେତ କ୍ଲବ ରେ ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ମହାବିଷୁବ ପଣାସଂକ୍ରାନ୍ତି, ଉତ୍କଳ ଦିବସ, ରଜ ଉତ୍ସବ, ଚନ୍ଦନ ବୁଡ, ଇଂରାଜୀ ନୂତନବର୍ଷ ଓ ପହିଲା ବୈଶାଖ ଆଦି ବିଭିନ୍ନ ପର୍ବ ଓ ଉତ୍ସବ ଆୟୋଜିତ ହେଉଛି। କ୍ଲବ ରେ ଜିମ୍, ସ୍ୱିମିଙ୍ଗ୍ ପୁଲ୍ ଓ ମିଟିଙ୍ଗ୍ ହଲ୍ ଆଦିର ସୁବ୍ୟବସ୍ଥା କରାଯାଇଥିବା ବେଳେ ଭାରତର ଏକଶହ ରୁ ଅଧିକ ପ୍ରମୁଖ କ୍ଲବ ସହ ପୁରୀକ୍ଲବ ସହବନ୍ଧିତ ହୋଇପାରିଛି। ପୁରୀର ସମସ୍ତ ବର୍ଗ ବିଶେଷକରି ଯୁବବର୍ଗ ଓ ଛାତ୍ରଛାତ୍ରୀ ଦାଣ୍ଡିୟା ଉତ୍ସବ କୁ ତିନିଦିନ ଉପଭୋଗ କରିବା ନିମନ୍ତେ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପୁରୀ କ୍ଲବର ଅବୈତନିକ ସଂପାଦକ ରବିନାରାୟଣ ସାହୁ, ଯୁଗ୍ମ ସଂପାଦକ ସାମ୍ବାଦିକ ନାରାୟଣ ଦାଶ ଓ ଉତ୍ସବ କମିଟି ର ସଂଯୋଜକ ସୁଶାନ୍ତ କୁମାର ସିଂ ଦାଣ୍ଡିୟା ଉତ୍ସବ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।
