ପିପିଲ: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପିପିଲିରେ ଉତ୍ତେଜନା। ନିର୍ବାଚନୀ ପ୍ରଚାର ପରେ ଆମିଷ ଭୋଜିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ ବଚସା ଓ ଗଣ୍ଡଗୋଳ ଘଟିଛି। ଏଥିରେ ଭୁବନେଶ୍ୱର ବିଜେବି କଲେଜର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରଥମେ ପିପିଲି ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବିଜେବି କଲେଜର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ର ନିଜ ସମର୍ଥକଙ୍କ ସହ ପିପିଲି ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରୁଥିଲେ। ପ୍ରଚାର ପରେ ସେ ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ ନିକଟସ୍ଥ ଏକ ପଡ଼ିଆରେ ଭୋଜି କରୁଥିବା ସମୟରେ ଏହି ଘଟଣାର ସୂତ୍ରପାତ ହୋଇଥିଲା। ଅଭିଯୋଗ ଅନୁସାରେ, ପିପିଲିରେ ରହି ବିଜେବି କଲେଜରେ ପଢ଼ୁଥିବା ଜଣେ ଛାତ୍ରଙ୍କ ସମେତ ଅନ୍ୟ ୫ରୁ ୬ ଜଣ ସେଠାରେ ପହଞ୍ଚିଥିଲେ। ନିକଟସ୍ଥ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣ ନିକଟରେ ଆମିଷ ଭୋଜି କରିବାକୁ ସେମାନେ ବାରଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ବଚସା ହୋଇଥିଲା।

runfunc: 0; algolist: 0;
multi-frame: 1;
brp_mask:0;
brp_del_th:0.0000,0.0000;
brp_del_sen:0.0000,0.0000;
motionR: 65539;
delta:1;
bokeh:1;
module: photo;hw-remosaic: false;touch: (0.31407425, 0.5791148);sceneMode: 4;cct_value: 0;AI_Scene: (-1, -1);aec_lux: 337.5446;aec_lux_index: 0;albedo: ;confidence: ;motionLevel: -1;weatherinfo: weather?null, icon:null, weatherInfo:100;temperature: 34;zeissColor: film;
କିଛି ସମୟ ମଧ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିବା ସହ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିବା ଅଭିଯୋଗ ହୋଇଛି। ଏହି ଗଣ୍ଡଗୋଳରେ ଆର୍ଯ୍ୟନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣା ପରେ ଆହତ ଆର୍ଯ୍ୟନଙ୍କୁ ତୁରନ୍ତ ପିପିଲି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଏ ସଂପର୍କରେ ଆର୍ଯ୍ୟନ ମହାପାତ୍ର ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ଥାନା କେସ୍? ନମ୍ବର ୬୩୨/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଦୁଇଟି ଟିମ୍? ଗଠନ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ଛାତ୍ର ସଂସଦ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଜଣେ ସଭାପତି ପ୍ରାର୍ଥୀ ଆହତ ହେବା ଓ ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ ହେବା ଘଟଣା ପିପିଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
