filter: 0; fileterIntensity: 0.0; filterMask: 0; hdrForward: 0; highlight: false; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;HdrStatus: auto;albedo: ;confidence: ;motionLevel: -1;weatherinfo: null;temperature: 42;
ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତ ପୀର ପାଟଣା ଗ୍ରାମର କେନାଲ ବନ୍ଧ ଉପରେ ଥିବା ହନୁମାନ ମନ୍ଦିର ରୁ ଗୁରୁବାର ରାତି ରେ ଚୋରୀ ହୋଇ ଯାଇଥିବା ନେଇ ଗ୍ରାମବାସୀ ଥାନା ରେ ଅଭିଯୋଗ କରିଛନ୍ତି। ବାଲିଚନ୍ଦ୍ରପୁର – ବେଣିପୂର ପୂର୍ତ୍ତ ବିଭାଗ ରାସ୍ତା ର ପୀର ପାଟଣା ଠାରେ ରାସ୍ତା କଡରେ ଥିବା ହନୁମାନ ମନ୍ଦିର ରୁ ଠାକୁର ଙ୍କ ବାସନ, ଗଦା, ରୂପା ମୁକୁଟ, ଘଣ୍ଟ, ଦାନ ବାକ୍ସ ଓ ପିତଳ ମୂର୍ତ୍ତି ଆଦି ଗୁରୁବାର ରାତି ରେ କେହି ଚୋରୀ କରି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ବାଲିଚନ୍ଦ୍ରପୁର ଥାନା ରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
