ଧୂଷୁରୀ: ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଖପରପଦା ଅଞ୍ଚଳରୁ ସୋମବାର ସକାଳ ୮ଟାରେ ଧୂଷୁରୀ ପୋଲିସ ବ୍ରାଉନ ସୁଗାର ଜବଦ କରିବା ସହ ୨ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ବିଚିତ୍ର ମାଝୀ ଓ ଶତ୍ରୁଘନ ଜେନା । ବ୍ରାଉନ ସୁଗାର ଓଜନ ୮.୨୦ ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି । ଉଭୟଙ୍କ ମୋଟର ସାଇକେଲକୁ ମଧ୍ୟ ଜବଦ କରାଯାଇ ଥାନାକୁ ଅଣା ଯାଇଛି । ଉଭୟଙ୍କୁ ଆସନ୍ତାକାଲି କୋର୍ଟ ଫରୱାଡ କରାଯିବ ବୋଲି ସୂଚନା ରହିଛି । ଏସଂକ୍ରାନ୍ତରେ ଧୂଷୁରୀ ଥାନାରେ କେଶ ନଂ ୨୨୨/୨୨୬ରେ ଏକ ମାମଲା ରୁଜ୍ଜୁ ହୋଇଛି ।
