ବାଲିସାହି: ଗଣିଆ ଥାନା ଅନ୍ତର୍ଗତ ବାଲିସାହି -ଏରୁଣ୍ଡିପଥର ରାସ୍ତାରେ ଜଣେ ଯୁବକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକର ଡାହାଣ ହାତରେ ସଞ୍ଜୟ ଲେଖା ହୋଇଥିବା ବେଳେ ସେ ଗୋଟିଏ କଙ୍କଣ ପିନ୍ଧିଛି । ତାର ଶରୀରର କିଛି ଅଂଶ ପୋଡି ଯାଇଥିବା ବେଳେ ପରିଚୟ ଜଣାପଡିନାହିଁ । ଘଟଣାସ୍ଥଳରେ ଗଣିଆ ଥାନା ଏଏସଆଇ ଶାହା ଆଲାମ ଖାଁ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଆସିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଯୁବକ ଜଣକୁ ମାରି ଦିଆଯାଇଥିବା ପାରିପାର୍ଶ୍ୱିକ ଅବସ୍ଥାରୁ ଅନୁମାନ କରାଯାଉଛି ।
