ବାଲୁଗାଁ: ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୁକ୍ରବାର ପୂର୍ବାହ୍ନରେ ବାଲୁଗାଁ ଥାନା ଅଧୀନସ୍ଥ ବୋରିଆସାହିରେ ଅବୈଧ ଭାବେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।ଘଟଣା ସ୍ଥଳରୁ ୨୦୨ ଲିଟର ଦେଶୀମଦ ଜବତ ହୋଇଥିଲା।ଏନେଇ ଅବକାରୀ ବିଭାଗ ପକ୍ଷରୁ ପୃଥକ ଭାବେ ୯ ଟି ମାମଲା ରୁଜୁ କରିବାସହ ୯ ଜଣଙ୍କୁ ଗିରଫ କରାଯାଇଛି।କେଶ ନଂ ୧୮୬/୨୦୨୬-୨୭ ରେ ଅଭିଯୁକ୍ତ ବାଣପୁର ଥାନା ଅନ୍ତର୍ଗତ ଦଣ୍ଡିଗାଡ଼ିଆ ଗ୍ରାମର କୈଳାସ ଦଳେଇଙ୍କ ନିକଟରୁ ୭ ଲିଟର,କେଶ ନଂ ୧୮୭/୨୦୨୬-୨୭ରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଛକାସିଂହ ଗ୍ରାମର ଗଣେଶ ସବରଙ୍କ ନିକଟରୁ ୨୫ ଲିଟର,୧୮୮/୨୦୨୬-୨୭ରେ ନିମାପୁର ଗ୍ରାମର ନିରଞ୍ଜନ ସବରଙ୍କ ନିକଟରୁ ୨୫ ଲିଟର,୧୮୯/୨୦୨୬-୨୭ରେ ମିନାପୁର ଗ୍ରାମର ଶରତ ସବରଙ୍କ ନିକଟରୁ ୨୫ ଲିଟର,୧୯୦/୨୦୨୬-୨୭ରେ ଛକାସିଂହ ଗ୍ରାମର ପ୍ରକାଶ ସବରଙ୍କ ନିକଟରୁ ୨୫ ଲିଟର,୧୯୧/୨୦୨୬-୨୭ରେ ଛକାସିଂହ ଗ୍ରାମର ରାଜନ ସବରଙ୍କ ନିକଟରୁ ୨୦ ଲିଟର,୧୯୨/୨୦୨୬-୨୭ରେ ମିନାପୁର ଗ୍ରାମର ପ୍ରଫୁଲ୍ଲ ସବରଙ୍କ ନିକଟରୁ ୨୫ ଲିଟର,୧୯୩/୨୦୨୬-୨୭ରେ ଖଜୁରୀସାହି ସୁରେଶ ସବରଙ୍କ ନିକଟରୁ ୨୫ ଲିଟର ଓ ୧୯୪/୨୦୨୬-୨୭ରେ ମିନାପୁର ଗ୍ରାମର ମିଟୁ ସବରଙ୍କ ନିକଟରୁ ୨୫ ଲିଟର ଦେଶୀମଦ ଜବତ ହୋଇଛି।ସମ୍ପୃକ୍ତ ଅଭିଯୁକ୍ତମାନେ ଦେଶୀମଦ ପ୍ରସ୍ତୁତ କରୁଥିବା ବେଳେ ଭାଲେରୀ ପର୍ବତମାଳା ଦେଇ ଗଞ୍ଜାମ ଜିଲ୍ଲାରୁ ବାଲୁଗାଁକୁ ଦେଶୀମଦ ବ୍ୟବସାୟ କରୁଥିବା ଅଭିଯୋଗ ରହିଛି।ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରାଙ୍କ ସମେତ ଟିମ୍ ସାମିଲ ଥିଲେ।
