ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମରେ ଘଟିଯାଇଛି ଘଟଣା। ସୂଚନା ଅନୁସାରେ ରଜିଆ ଗ୍ରାମର ହେମନ୍ତ ଗିରି ଙ୍କ ସ୍ତ୍ରୀ ଗୋଲାପ ପ୍ରଧାନ ରାତିରେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡି ଦେଇଥିଲା ।ଗୋଲାପ ସଙ୍ଗେସଙ୍ଗେ କାହାରିକୁ ନଜଣାଇ ପରେ କହିବ ପରେ ତାଙ୍କୁ ନିକଟସ୍ଥ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେତେବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିବା ହେତୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଯାଇଥିବା ଜଣାଯାଇଛି । ଚମ୍ପୁଆ ପୋଲିସ ଖବର ପାଇ ଶବ ଜବତ କରିବା ସହିତ ଘଟଣାର ସତ୍ୟାସତ ଜାଣିବା ପାଇଁ ମୃତଶରୀର ବ୍ୟବଛେଦ କରି ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟ ଦିଗରେ ପ୍ରଶାସନ ତରଫରୁ ଆକସ୍ମିକ ସର୍ପା ଘାତଜନିତ ମୃତ୍ୟୁ ଦୁର୍ଘଟଣା ପାଇଁ ସହାୟତା ଯୋଗାଇବାକୁ ପଦକ୍ଷେପ ନିଆଯିବା ଜଣାଯାଇଛି । ତେବେ ଗୋଲାପଙ୍କ ସ୍ୱାମି ପ୍ରାୟ ୧୫ ବର୍ଷ ହେବ ଘରୁ କୁଆଡେ ଚାଲିଥିବା ମଧ୍ୟ ସୂଚନା ମିଳିଛି ।
